Posted inଖେଳ

ଫସିଗଲେ ସୂର୍ଯ୍ୟକୁମାର: ଫାଇନାଲ ପୂର୍ବରୁ ICCର ବଡ଼ କାର୍ଯ୍ୟାନୁଷ୍ଠାନ 

ଦୁବାଇ,୨୬।୯: ଏସିଆ କପ୍‌ରେ  ଅକ୍ଟୋବର ୧୪ରେ ପାକିସ୍ତାନ ବିପକ୍ଷ ବିଜୟ ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମହଙ୍ଗା ପଡ଼ିଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହି ମନ୍ତବ୍ୟକୁ ନେଇ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ରେ ଅଭିଯୋଗ କରିଥିଲା। ଆଇସିସି ସୂର୍ଯ୍ୟକୁମାରଙ୍କୁ ଆଚରଣ ସଂହିତା ଉଲ୍ଲଂଘନରେ ଦୋଷୀ ସାବ୍ୟସ୍ତ କରିଛି ଏବଂ ତାଙ୍କ ମ୍ୟାଚ ଫି’ର ୩୦ ପ୍ରତିଶତ ଜରିମାନା ଭାବେ କାଟିଛି। ମ୍ୟାଚ ରେଫରୀ ରିଚି ରିଚାର୍ଡସନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ବିଜୟ ପରେ ସୂର୍ଯ୍ୟକୁମାର କହିଥିଲେ ଯେ ଏହା ଏକ ଉତ୍ତମ ସୁଯୋଗ। ଆମେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକ ପରିବାରଙ୍କ ସହ ଅଛୁ। ଆମେ ସମସ୍ତେ ଏକ। ମୁଁ ଏହି ବିଜୟକୁ ଆମ ସେନା ଓ ସଶସ୍ତ୍ର ବାହିନୀଙ୍କୁ ଉତ୍ସର୍ଗ କରୁଛି, ଯେଉଁମାନେ ଅତ୍ୟନ୍ତ ସାହସିକତା ଦେଖାଇଛନ୍ତି। ଆଶା କରୁଛି, ସେମାନେ ଆମକୁ ପ୍ରେରଣା ଦେବେ ଏବଂ ଆମେ ମଇଦାନରେ ସେମାନଙ୍କୁ ହସିବାର ଅଧିକ କାରଣ ଦେବୁ।
ସୂର୍ଯ୍ୟକୁମାରଙ୍କୁ ଗୋଟିଏ ଟି-୨୦ ମ୍ୟାଚ ପାଇଁ ୩ ଲକ୍ଷ ଟଙ୍କା ମିଳିଥାଏ। ୩୦ ପ୍ରତିଶତ ଜରିମାନା ହିସାବରେ ତାଙ୍କର ୯୦ ହଜାର ଟଙ୍କା କଟାଯିବ। ତେବେ କେବଳ ସୂର୍ଯ୍ୟକୁମାର ନୁହନ୍ତି, ପାକିସ୍ତାନର ଦ୍ରୁତ ବୋଲର ହାରିସ ରଉଫଙ୍କୁ ମଧ୍ୟ ଆଇସିସି ଦୋଷୀ ସାବ୍ୟସ୍ତ କରିଛି ଏବଂ ତାଙ୍କ ମ୍ୟାଚ ଫି’ର ୩୦ ପ୍ରତିଶତ କାଟିଛି। ଏହା ସହ ପାକିସ୍ତାନୀ ଖେଳାଳି ସାହିବଜାଦା ଫରହାନଙ୍କୁ ମଧ୍ୟ ଦୋଷୀ ଘୋଷଣା କରାଯାଇଛି, ଯଦିଓ ତାଙ୍କ ଉପରେ କୌଣସି ଜରିମାନା ଲାଗୁ ହୋଇନାହିଁ। ହାରିସ ରଉଫ ମଇଦାନରେ ‘୬-୦’ ଏବଂ ବିମାନ ଖସାଇବାର ଇଙ୍ଗିତ କରିଥିଲେ। ସେହିପରି ସାହିବଜାଦା ଅର୍ଦ୍ଧଶତକ ପରେ ବ୍ୟାଟରୁ ଗୁଳି ଚଳାଇବା ଭଳି ଉତ୍ସବ ମନାଇଥିଲେ, ଯାହାକୁ ଆଇସିସି ଆଚରଣ ସଂହିତାର ଉଲ୍ଲଂଘନ ବୋଲି କହିଛି।
Dharitri No. 1 Most  Trusted Odia Daily of Odisha

Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀରେ ଦୁଲୁକିବ କଳାହାଣ୍ଡିର ଘୁମୁରା, ବଜାଶାଲ: ଜଲଓ୍ବା ଦେଖାଇବେ ପ୍ରତିଭା ଅନୁଷ୍ଠାନର କଳାକାର

ଭବାନୀପାଟଣା,୨୦ା୧(ଉତ୍ତମ କୁମାର ଦାଶ):ବନ୍ଦେ ମାତରମ୍‌ ଗୀତର ୧୫୦ ବର୍ଷ ପୂର୍ତ୍ତି ସମାରୋହ ଉପଲକ୍ଷେ ନୂଆଦିଲ୍ଲୀ ରାଜପଥରେ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡିର ଘୁମୁରା...

‘ଜଣେ ଚମତ୍କାର ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା’, ଟ୍ରମ୍ପ-ଏପଷ୍ଟାଇନଙ୍କ ସମ୍ପର୍କକୁ ନେଇ ମଲରେ ଲାଗିଲା ରେପ୍ଲିକା, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ଓ୍ବାଶିଂଟନ,୨୦।୧: ୱାଶିଂଟନ ଡି.ସି.ର ନ୍ୟାସନାଲ ମଲରେ ରାତାରାତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଏକ ୧୦ ଫୁଟ ଉଚ୍ଚ ପ୍ରତିକୃତି ବା ରେପ୍ଲିକା। ଏହା ଡୋନାଲ୍ଡ...

୩୮୯ ଜଣଙ୍କର ଜଣେ ବାପା, ଆଉ ଜଣଙ୍କର ୩୧୦ ପିଲା… ପଶ୍ଚିମବଙ୍ଗର SIR ଖୋଲିଲା ଏମିତି ରାଜ୍‌, ସଭିଏଁ ଚକିତ

କୋଲକାତା,୨୦।୧: ପଶ୍ଚିମବଙ୍ଗ ଭୋଟର ତାଲିକା ଯାଞ୍ଚ (SIR) ଅଭିଯାନ ସମୟରେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯାହା କେବଳ ନିର୍ବାଚନ କମିଶନଙ୍କୁ ନୁହେଁ ବରଂ...

ତେଲିବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଅଜଣା ଗାଡ଼ି ଧକ୍କାରେ ୨ ମୃତ, କାରକୁ ଘୋଷାଡ଼ି…

ବୋୖଦ୍ଧ, ୨୦ା୧( ଅଜିତ କୁମ୍ଭୀର ବାରିକ) – ​ବୌଦ୍ଧ ଜିଲା ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ତେଲିବନ୍ଧ ଛକ...

ବଳଦେବଜୀଉ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ, କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ପିଙ୍କୁ…

କେନ୍ଦ୍ରାପଡ଼ା, ୨୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସହରର ଇଚ୍ଛାପୁରସ୍ଥ ବଳଦେବଜୀଉ ମନ୍ଦିରକୁ ଖୁବ ଶୀଘ୍ର ବୋମାରେ ଉଡାଇ ଦିଆଯିବ। ଏପ୍ରକାର ଏକ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ସୋମବାର...

‘ଇତିହାସରେ ଲିପିବଦ୍ଧ ହେବ ତାଙ୍କ ନାମ’: ଗ୍ରୀନଲାଣ୍ଡ ପ୍ରତି ଟ୍ରମ୍ପଙ୍କ ଧମକ ଉପରେ ପ୍ରତିକ୍ରିୟା ରଖିଲା ରୁଷିଆ, ରାଗୁଛି ଚାଇନା

ଓ୍ବାଶିଂଟନ,୨୦।୧: ଗ୍ରୀନଲାଣ୍ଡର ମିଶ୍ରଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ ଏବେ ରୁଷିଆ ଏବଂ ଚାଇନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରୁଷିଆ କହିଛି...

ଗୌତମ ଗମ୍ଭୀର ହାଏ ହାଏ ସ୍ଲୋଗାନ ଶୁଣି ଏମିତି ପ୍ରତିକ୍ରିୟା ଦେଲେ ବିରାଟ କୋହଲି: Video ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଇନ୍ଦୋର,୨୦।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୧-୨ରେ ଜିତିଛି। ସିରିଜର ତୃତୀୟ...

ପୂଜାର୍ଚ୍ଚନା ପରେ ଦାୟିତ୍ୱ ସମ୍ଭାଳିବେ ନୀତିନ ନବୀନ

ନୂଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ଏବେ ଦଳର ଦ୍ୱାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ। ଏହି ପଦ ଗ୍ରହଣ କରିବା ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri