Categories: ଖେଳ

ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌ ହେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨।୧୧: ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ଏହି ପ୍ରସଙ୍ଗରେ ପାକିସ୍ତାନର ମହମ୍ମଦ ରିଜୱାନଙ୍କୁ ପଛରେ ପକାଦେଇଛନ୍ତି। ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ସୂର୍ଯ୍ୟକୁମାର ୮୬୩ ରେଟିଂ ପଏଣ୍ଟ ପାଇଛନ୍ତି। ଏଥି ସହିତ, ରିଜୱାନଙ୍କର ୮୪୨ ରେଟିଂ ପଏଣ୍ଟ ରହିଛି । ରିଜୱାନ ଉପରେ ସୂର୍ଯ୍ୟକୁମାର ୨୧ ରେଟିଂ ପଏଣ୍ଟ ଲିଡ ବଜାୟ ରଖିଛନ୍ତି।
ଟି-୨୦ ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ରହିବାରେ ସୁର୍ଯ୍ୟକୁମାର ହେଉଛନ୍ତି ୨୩ତମ ବ୍ୟାଟ୍ସମ୍ୟାନ। ଏଥି ସହିତ, ସେ ଏହି ସଫଳତା ହାସଲ କରିବାରେ କେବଳ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଅଟନ୍ତି। ଏହାପୂର୍ବରୁ ସେପ୍ଟେମ୍ବର ୨୦୧୪ ରୁ ଡିସେମ୍ବର ୨୦୧୭ ମଧ୍ୟରେ ବିରାଟ କୋହଲି ୧୦୧୩ ଦିନ ପାଇଁ ଏକ ନମ୍ବର ଟି-୨୦ ବ୍ୟାଟ୍ସମ୍ୟାନ ହୋଇଥିଲେ।

Share