ହଠାତ୍‌ ଭାବପ୍ରବଣ ହେଲେ ସୂର୍ଯ୍ୟକୁମାର: ଲେଖୁ ଲେଖୁ ଲେଖିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ନିକଟରେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ହାରିଛି। ନୂତନ ଟି-୨୦ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏହା କୌଣସି ଫର୍ମାଟରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତର ପ୍ରଥମ ସିରିଜ ପରାଜୟ। ଲଜ୍ଜାଜନକ ସିରିଜ ପରାଜୟ ପରେ, ପୂର୍ବତନ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି।

ସୂର୍ଯ୍ୟ ସୋସିଆଲ ମିଡିଆରେ ୨୦୨୪ ଟି-୨୦ ବିଶ୍ୱକପ ମନେ ପକାଇ ଏକ ପୋଷ୍ଟ କରିଛନ୍ତି। ଦୁଇ ବର୍ଷ ପୂର୍ବେ ଆଜି (ଜୁନ ୨୯) ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ଜିତିଥିଲା। ଏହି ବିଜୟ ସହିତ ଟିମ ଇଣ୍ଡିଆ ୧୧ ବର୍ଷର ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇଥିଲା।

ଦୁଇଟି ଫଟୋ ଶେୟାର କରି ସୂର୍ଯ୍ୟ ସୋସିଆଲ ମିଡିଆରେ ଲେଖିଛନ୍ତି, କ୍ରୀଡାରେ କିଛି ମୁହୂର୍ତ୍ତ ଅଛି ଯାହା ଆପଣଙ୍କ ସହିତ ସର୍ବଦା ରହିଥାଏ। ପ୍ରତ୍ୟେକ ତ୍ୟାଗ, କଷ୍ଟ, ଅଭ୍ୟାସ ସେସନ, ଷ୍ଟାଣ୍ଡରୁ ପ୍ରୋତ୍ସାହନ – ଏସବୁ ସେହି ସ୍ମରଣୀୟ ରାତିକୁ ସମ୍ଭବ କରିଥିଲା ଏହାକୁ ସର୍ବଶ୍ରେଷ୍ଠ ଲୋକଙ୍କ ସହିତ ବାଣ୍ଟିବା ଏବଂ ବିଶ୍ୱର ଲକ୍ଷ ଲକ୍ଷ ଭାରତୀୟଙ୍କ ସହିତ ଅନୁଭବ କରିବା ପାଇଁ ଗର୍ବିତ।
ବିସିସିଆଇ ସୂର୍ଯ୍ୟଙ୍କୁ ଟି୨୦ ଅଧିନାୟକ ପଦରୁ ହଟାିବା ସହିତ ଟିମ ଇଣ୍ଡିଆରୁ ମଧ୍ୟ ବାଦ ଦେଇଛି। ଏବେ ତାଙ୍କ ପାଇଁ ଜଣେ ବ୍ୟାଟ୍ସମ୍ୟାନ ଭାବରେ ଦଳକୁ ଫେରିବା ବହୁତ କଷ୍ଟକର ହେବ। ଭାରତ ପାଇଁ ମୁଖ୍ୟତଃ ଧଳା ବଲ କ୍ରିକେଟ ଖେଳିଥିବା ସୂର୍ଯ୍ୟ ତାଙ୍କ କ୍ୟାରିୟରରେ ଗୋଟିଏ ଟେଷ୍ଟ, ୩୭ ଦିନିକିଆ ଏବଂ ୧୧୩ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଥିଲେ। ସୂର୍ଯ୍ୟ ତାଙ୍କର ଏକମାତ୍ର ଟେଷ୍ଟରେ ୮ ରନ କରିଥିଲେ। ସେ ଦିନିକିଆରେ ୭୭୩ ରନ ଏବଂ ଟି-୨୦ରେ ୩୨୭୨ ରନ ମଧ୍ୟ କରିଥିଲେ।

 

Dharitri – Odisha’s No.1 Odia Daily

Share