Posted inଖେଳ

ଚଉକା-ଛକା ଲଗାଇବା ସତ୍ତ୍ୱେ ସ୍ତ୍ରୀଙ୍କଠାରୁ ଶୁଣିବାକୁ ପଡେ ଗାଳି, ଚିୟରଲିଡରଙ୍କୁ ଦେଖିଲେ…

ନୂଆଦିଲ୍ଲୀ,୭।୧୨: ଆଇପିଏଲ୍‌ ୨୦୨୦ରେ ଭଲ ପ୍ରଦର୍ଶନ କରିଥିଲେ ସୂର୍ଯ୍ୟ କୁମାର ଯାଦବ। କେବଳ ଚଳିତ ସିଜନରେ ନୁହେଁ ବରଂ ଗତ ୩ ସିଜନରେ ସେ ୪୦୦ରୁ ଅଧିକ ରନ୍‌ କରିଛନ୍ତି। ଏହାସତ୍ତ୍ୱେ ତାଙ୍କୁ ଭାରତ ଏକାଦଶ ପାଇଁ ଚୟନ କରାଯାଇନାହିଁ। ତେବେ ସୂର୍ଯ୍ୟକୁମାର ୨୦୧୬ରେ ଦେବିଶା ଶେଟ୍ଟିଙ୍କୁ ବିବାହ କରିଛନ୍ତି। ଆଇପିଏଲ୍‌ ମ୍ୟାଚ୍‌ ସମୟରେ ସେ ଚିୟର କରିବାକୁ ପହଞ୍ଚିଥାନ୍ତି। ଏକଦା ସେ ପାର୍ଥିବ ପଟେଲ ଏବଂ ଦୀପକ ଚହରଙ୍କ ସହ କପିଲ ଶର୍ମାଙ୍କ ଶୋ’କୁ ଯାଇଥିଲେ। ସେଠାରେ ସେ ନିଜ ସ୍ତ୍ରୀଙ୍କ ବିଷୟରେ ରୋଚକ କଥା କହିଥିଲେ। ଭଲ ଖେଳିବା ପରେ ସ୍ତ୍ରୀଙ୍କ ପ୍ରଶଂସା ମିଳୁଛି କି ନାହିଁ ପ୍ରଶ୍ନର ଜବାବରେ ସେ କହିଥିଲେ, ମ୍ୟାଚ୍‌ ସମୟରେ ଚଉକା ଛକ୍କା ମାରିବା ପରେ ଚିୟର ଲିଡରଙ୍କୁ ଦେଖିଥାନ୍ତି ସେ। ହେଲେ ପରେ ଏହାର ପାଉଣା ଦେବାକୁ ପଡେ। କ’ଣ ପାଇଁ ଚଉକା ମାରି ଏଣେତେଣେ ଦେଖୁଛ ବୋଲି ସ୍ତ୍ରୀ ରାଗି କରି କହିବା ସହ ସେ କ’ଣ ବେଶି ଭଲ ଲାଗୁଥିଲେ ନା କ’ଣ ବୋଲି କହିଥାନ୍ତି। ତାଙ୍କୁ ବୁଝାଇବାରେ ନାକେଦମ ହୁଅନ୍ତି ସେ ବୋଲି କହିଥିଲେ।

ତେବେ ଘରୋଇ ମ୍ୟାଚ୍‌ରେ ମୁମ୍ବାଇ ପକ୍ଷରୁ ଖେଳନ୍ତି ସୂର୍ଯ୍ୟକୁମାର। ୨୦୧୦ରେ ସେ ନିଜର ପ୍ରଥମ ଘରୋଇ ମ୍ୟାଚ୍‌ ଖେଳିଥିଲେ। ଏହାପରେ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସରୁ ସେ ଆଇପିଏଲ୍‌ ଖେଳିଥିଲେ। ୨୦୧୪ରେ ତାଙ୍କୁ କୋଲକାତା ନାଇଟ ରାଇଡର୍ସ ନିଜ ଟିମ୍‌ରେ ସାମିଲ କରିଥିଲା। ହେଲେ ୨୦୧୮ରେ ମୁମ୍ବାଇ ତାଙ୍କୁ ପୁଣି କିଣି ନେଇଥିଲା। ସେବେଠାରୁ ସେ ରୋହିତଙ୍କ ଟିମ୍‌ରେ ପ୍ରମୁଖ ଭୂମିକା ତୁଲାଇ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri