Categories: ଖେଳ

ଇତିହାସ ରଚିଲେ ସୂର୍ଯ୍ୟକୁମାର

ଫ୍ଲୋରିଡା,୧୪।୮: ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ଟି-୨୦ ସିରିଜରେ ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଭଲ ଫର୍ମରେ ନଜର ଆସିଛନ୍ତି। ସେ ସିରିଜର ଅନ୍ତିମ ମ୍ୟାଚ୍‌ରେ ୬୧ ରନ ସଂଗ୍ରହ କରିଥିଲେ। ଯଦିଓ ତାଙ୍କ ଇନିଂସ ଭାରତ ଜିତି ପାରି ନାହିଁ। କିନ୍ତୁ ସୂର୍ଯ୍ୟ ପୁଣି ଥରେ ଟି୨୦ ରେ ୧୦୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଗତ ବର୍ଷ ମଧ୍ୟ ସେ ଏହି କୀର୍ତ୍ତିମାନ କରିଥିଲେ।
ଦୁଇ ବର୍ଷ ମଧ୍ୟରେ ଟି-୨୦ରେ କ୍ରମାଗତ ୧୦୦୦ ରନ ମାର୍କ ଅତିକ୍ରମ କରିବାରେ ସୂର୍ଯ୍ୟ ଦ୍ୱିତୀୟ ଭାରତୀୟ ଖେଳାଳି ହୋଇଥିଲେ। ଏହାପୂର୍ବରୁ ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ କ୍ରମାଗତ ୨୦୧୯ ଏବଂ ୨୦୨୦ରେ ଟି-୨୦ରେ ୧୦୦୦ରୁ ଅଧିକ ରନ ସଂଗ୍ରହ କରିଥିଲେ। ବର୍ତ୍ତମାନ ସୂର୍ଯ୍ୟ ଏହି କୀର୍ତ୍ତିମାନ କରିବାରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି। ୨୦୨୨ ଏବଂ ୨୦୨୩ରେ କ୍ରମାଗତ ବର୍ଷ ପାଇଁ ସୂର୍ଯ୍ୟ ଟି-୨୦ରେ ଅଧିକ ରନ ସଂଗ୍ରହ କରିଥିଲେ।
ଅନ୍ତର୍ଜାତୀୟ ଟି-୨୦ରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ୫ ମ୍ୟାଚର ୪ ଇନିଂସରେ ହାରାହାରି ୪୧.୫୦ ରେ ୧୬୬ ରନ ଏବଂ ୱେଷ୍ଟଇଣ୍ଡିଜ ଗସ୍ତରେ ଟି-୨୦ ସିରିଜରେ ୧୪୬.୯୦ ରନ ସଂଗ୍ରହ କରିଛନ୍ତି। ଏହି ସମୟରେ ତାଙ୍କ ବ୍ୟାଟରୁ ଦୁଇ ଅର୍ଦ୍ଧଶତକ ବାହାରିଥିଲା। ଏହି ସମୟରେ ସେ ସିରିଜରେ ୧୬ଟି ଚୌକା ଓ ୮ ଛକା ମାରିଥିଲେ।
ମାର୍ଚ୍ଚ ୨୦୨୧ରେ ସୂର୍ଯ୍ୟକୁମାର ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ଟି-୨୦ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ସେ ୫୩ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚଗୁଡିକର ୫୦ ଇନିଂସରେ ସେ ହାରାହାରି ୪୬.୦୨ରେ ୧୮୪୧ ରନ ଏବଂ ଷ୍ଟ୍ରାଇକ ହାର ୧୭୨.୭୦ ସ୍କୋର କରିଛନ୍ତି।

Share