Categories: ଖେଳ

ଭାରତ ଏକାଦଶରେ ବଡ଼ ପରିବର୍ତ୍ତନ: ଫେରିଲେ ହାର୍ଦ୍ଦିକ-ଶାର୍ଦ୍ଦୁଳ; ସୂର୍ଯ୍ୟକୁମାର-ଇଶାନଙ୍କୁ ମଧ୍ୟ ସୁଯୋଗ

ହାଇଦ୍ରାବାଦ,୧୮।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଭାରତ। ଏହାର ପ୍ରଥର ମୁକାବିଲା ହାଇଦ୍ରାବାଦରେ ବୁଧବାର ଖେଳାଯାଉଛି। ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

ପ୍ରଥମ ଦିନିକିଆରେ ଭାରତ ଏକାଦଶରେ ଅନେକ ପରିବର୍ତ୍ତନ କରାଯାଇଛି। ଇଶାନ କିଷନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଏକାଠି ରଖାଯାଇଛି। ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି। ତାଙ୍କ ସହ ଷ୍ଟାର ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ସୁଯୋଗ ମିଳିଛି। ଉମରାନ ମଲିକଙ୍କୁ ବିଶ୍ରାମ ଦିଆଯାଇଛି।

ପୂର୍ବରୁ ଶ୍ରେୟସ ଆୟାର ପିଠିରେ ସମସ୍ୟା କାରଣରୁ ସିରିଜରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ନିଆଯାଇଛି। ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ କେ ଏଲ୍‌ ରାହୁଲ ବିବାହ ଲାଗି ଛୁଟିରେ ଥିବାରୁ ତାଙ୍କ ବଦଳରେ ଉଇକେଟକିପର ଭାବେ ଇଶାନଙ୍କୁ ସୁଯୋଗ ମିଳିଛି। ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ବିବାହ ଲାଗି ମଧ୍ୟ ଛୁଟି ନେଇଥିବାରୁ ଓ୍ବାଶିଂଟନ ସୁନ୍ଦର ତାଙ୍କ ସ୍ଥାନ ନେଇଛନ୍ତି।

Share