Categories: ଖେଳ

ବଡ଼ କୀର୍ତ୍ତିମାନ ହାସଲ କଲେ ସୂର୍ଯ୍ୟକୁମାର

ମେଲବୋର୍ନ,୬।୧୧: ଭାରତୀୟ କ୍ରିକେଟର୍‌ ସୂର୍ଯ୍ୟକୁମାର ଯାଦବଙ୍କ କ୍ରିକେଟ୍‌ କ୍ୟାରିୟରରେ ୨୦୨୨ ବର୍ଷ ସର୍ବଶ୍ରେଷ୍ଠ ପ୍ରମାଣିତ ହୋଇଛି। ଟି-୨୦ ବିଶ୍ୱକପ୍‌ର ଶେଷ ଲିଗ୍‌ ମ୍ୟାଚ୍‌ରେ ସେ ରବିବାର ଜିମ୍ବାୱେ ବିପକ୍ଷରେ ଅପରାଜିତ ୬୧ ସ୍କୋର କରିଛନ୍ତି। ଏହା ହେଉଛି ଚଳିତବର୍ଷ ତାଙ୍କର ୯ମ ଅର୍ଦ୍ଧଶତକ। ଏହା ସହିତ ଚଳିତବର୍ଷ ଏକ ହଜାର ରନ ମଧ୍ୟ ପୂରଣ କରିଛନ୍ତି। ଏହାପୂର୍ବରୁ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ଟି-୨୦ରେ ଗୋଟିଏ ବର୍ଷରେ ୧୦୦୦ ରନ୍‌ କରିବାରେ ସମର୍ଥ ହୋଇପାରି ନ ଥିଲେ।
୨୦୨୨ରେ ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟି-୨୦ରେ ୨୮ ଇନିଂସରେ ହାରାହାରି ୪୫ରେ ୧୦୨୬ ରନ ସଂଗ୍ରହ କରିଛନ୍ତି। ସେ ଗୋଟିଏ ଶତକ ଏବଂ ୯ ଅର୍ଦ୍ଧଶତକ ହାସଲ କରିଛନ୍ତି।

Share