Categories: ଖେଳ

ଦ୍ୱିତୀୟ ଦିନିକିଆରେ ବି ମିଳି ନ ପାରେ ସୁଯୋଗ !

ନୂଆଦିଲ୍ଲୀ,୧୧।୧: ଶ୍ରୀଲଙ୍କା ବିପକ୍ଷରେ ଗୁରୁବାର ଭାରତ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ଖେଳିବ। ପ୍ରଥମ ମ୍ୟାଚ୍‌ରେ ବିଜେତା ହୋଇଥିବାରୁ ଦଳ ଏହାକୁ ଜିତି ସିରିଜ ଉପରେ କବ୍ଜା କରିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବ। ଏମିତିରେ ଦଳରେ ସେଭଳି କିଛି ପରିବର୍ତ୍ତନ ହେବାର ଆଶଙ୍କା ନ ଥିବା କୁହାଯାଉଛି।

ଶୀର୍ଷ ୩ ସ୍ଥାନରେ ଥିବା ବ୍ୟାଟ୍ସମ୍ୟାନ୍‌ମାନେ ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେହିଭଳି ୪ର୍ଥରେ ଆସିଥିବା ଶ୍ରେୟାସ ଆୟର ମଧ୍ୟ ଦିନିକିଆରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। କେଏଲ୍‌ ରାହୁଲ ଦଳରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଖେଲୁଛନ୍ତି। ଏଣୁ ସୂର୍ଯ୍ୟକୁମାର ଯାଦବଙ୍କୁ ଶୀର୍ଷ ୬ ମଧ୍ୟରେ ସୁଯୋଗ ମିଳିବାର ସମ୍ଭାବନା ନଜର ଆସୁନାହିଁ।

ପ୍ରକାଶ ଯେ, ଦିନିକିଆ ସିରିଜ ପୂର୍ବରୁ ଅଧିନାୟକ ରୋହିତ ଶର୍ମା କହିଥିଲେ ଯେ ବ୍ୟାଟ୍ସମ୍ୟାନ ଭଲ ଫର୍ମରେ ଥିବା ସେ ଜାଣନ୍ତି। ହେଲେ ସବୁ ଫର୍ମାଟ ପାଇଁ ଆବଶ୍ୟକତା ଭିନ୍ନ। ଟି୨୦ ଏବଂ ଦିନିକିଆ ଲାଗି ଭିନ୍ନ ଡିମାଣ୍ଡ ରହିଛି। ସେହିଭଳି ଭାବେ ଦଳକୁ ଆଗକୁ ନେବେ ବୋଲି ଭାବିଥିବା ସେ କହିଥିଲେ।

Share