ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୪ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାହୁଙ୍କ ନକ୍ଷତ୍ର ସୱାତୀରେ ପ୍ରବେଶ କରିଛନ୍ତି। ସୂର୍ଯ୍ୟ ଏହି ନକ୍ଷତ୍ରରେ ନଭେମ୍ବର ୬, ୨୦୨୬ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ପଦ, ପ୍ରତିଷ୍ଠା ଓ ମାନ-ସମ୍ମାନର କାରକ ଗ୍ରହ ଭାବେ ବିବେଚନା କରାଯାଏ। ତେଣୁ ସ୍ବାତୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଏହି ଗୋଚର କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଫଳ ଆଣିପାରେ ବୋଲି ଜ୍ୟୋତିଷୀୟ ଆକଳନ କରାଯାଉଛି।
ଏହି ସମୟରେ କେତେକ ରାଶିର ବ୍ୟକ୍ତିଙ୍କୁ କ୍ୟାରିୟର ଓ ଆର୍ଥିକ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ରହିଛି। ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ମାନସିକ ଶାନ୍ତି ମଧ୍ୟ ମିଳିପାରେ। ତେବେ ଆସନ୍ତୁ ଜାଣିବା, ସୂର୍ଯ୍ୟଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କେଉଁ ୩ଟି ରାଶି ପାଇଁ ଶୁଭ ହୋଇପାରେ।
ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କ ସ୍ବାତୀ ନକ୍ଷତ୍ରରେ ଗୋଚର ଲାଭଦାୟକ ହୋଇପାରେ। ଏହି ସମୟରେ କଳା କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିମାନେ ଆଗକୁ ବଢ଼ିବାର ସୁଯୋଗ ପାଇପାରନ୍ତି। ଆର୍ଥିକ କ୍ଷେତ୍ରରେ ମଧ୍ୟ ସକାରାତ୍ମକ ଫଳ ମିଳିବାର ଆଶା ରହିଛି। ପରିବାର ସଦସ୍ୟ ଓ ନିଜ ଲୋକଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ମିଳିପାରେ। ଘରେ ସୁଖଶାନ୍ତି ବଜାୟ ରହିବା ସହ ଖୁସିର ପରିବେଶ ସୃଷ୍ଟି ହୋଇପାରେ। ଧନଲାଭର ନୂଆ ସୁଯୋଗ ମିଳିଲେ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ଏଥିସହ ଆତ୍ମବିଶ୍ୱାସ ବଢ଼ିବା ସହ କର୍ମକ୍ଷେତ୍ରରେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିପାରେ।
କନ୍ୟା ରାଶିର ଜାତକଙ୍କ ପାଇଁ ଏହି ସମୟ ସଫଳତାର ନୂଆ ସୁଯୋଗ ନେଇ ଆସିପାରେ। କ୍ୟାରିୟରରେ ନୂଆ ଉପଲବ୍ଧି ହାସଲ କରିବାର ସମ୍ଭାବନା ରହିଛି। ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତିମାନେ ମଧ୍ୟ ଲାଭବାନ ହୋଇପାରନ୍ତି।
କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ଉଚିତ ଫଳ ମିଳିପାରେ। ଦୀର୍ଘଦିନ ଧରି ନୂଆ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ସୁଯୋଗ ମିଳିବାର ଆଶା ରହିଛି। ଏହି ସମୟରେ କୌଣସି ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଧୁର ହେବା ସହ ଘରେ ସୁଖଦ ପରିବେଶ ରହିପାରେ।
ମକର ରାଶିର ଜାତକଙ୍କ ପାଇଁ ସୂର୍ଯ୍ୟଙ୍କ ସୱାତୀ ନକ୍ଷତ୍ରରେ ଗୋଚର କ୍ୟାରିୟର ଦୃଷ୍ଟିରୁ ଅନୁକୂଳ ହୋଇପାରେ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ଆଗକୁ ବଢ଼ିବାର ନୂଆ ସୁଯୋଗ ମିଳିପାରେ। ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟ ଏହି ସମୟ ବିଶେଷ ଫଳଦାୟକ ହୋଇପାରେ। ଶିକ୍ଷା କ୍ଷେତ୍ରରେ ମନପସନ୍ଦ ସଫଳତା ମିଳିବାର ସମ୍ଭାବନା ରହିଛି। ତେବେ କୌଣସି ବଡ଼ ଆର୍ଥିକ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ବିଚାର କରିବା ଆବଶ୍ୟକ। ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ପକ୍କା ହେବାର ଯୋଗ ରହିପାରେ। ଏହି ସମୟରେ ଆପଣ ଆତ୍ମବିଶ୍ୱାସର ସହ ନିଜ ନିଷ୍ପତ୍ତି ନେଇପାରିବେ। ପରିଶ୍ରମ ଓ ବୁଦ୍ଧିମତାର ସହ କରାଯାଇଥିବା କାର୍ଯ୍ୟ ଭବିଷ୍ୟତରେ ସକାରାତ୍ମକ ଫଳ ଦେଇପାରେ।