Posted inଖେଳ

ଫର୍ମ ସୁଧାରିବା ଲକ୍ଷ୍ୟରେ ସୂର୍ଯ୍ୟକୁମାର

ବ୍ରିଜ୍‌ଟାଉନ୍‌, ୨୭ା୭(ପି.ଟି.): ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ଏହାର ଦିନିକିଆ ସିରିଜ୍‌ ଗୁରୁବାରଠାରୁ ଖେଳିବ। ଟେଷ୍ଟ ସିରିଜ୍‌ରେ ବିଜୟ ପରେ ଏହି ସିରିଜରେ ମଧ୍ୟ ଭାରତ ଚମତ୍କାର ପ୍ରଦର୍ଶନ କରିବା ନେଇ ଆଶା ରହିଛି। ତେବେ ଏହି ସିରିଜ୍‌ରେ ଭାରତୀୟ ମଧ୍ୟକ୍ରମ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଏହା ବ୍ୟତୀତ ଉଇକେଟ କିପର ବ୍ୟାଟର ଭାବରେ ଇଶାନ କିଶନ୍‌ ଓ ସଞ୍ଜୁ ସାମସନ୍‌ଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ଏସିଆ କପ୍‌ ପୂର୍ବରୁ ଭାରତକୁ ଏହାର ଚୂଡାନ୍ତ ଏକାଦଶ ଚୟନ କରିବା ପାଇଁ ଏହା ଅନ୍ତିମ ସୁଯୋଗ ରହିବ। ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ବିଶ୍ୱକପର ଦଳ ଚୟନ ପାଇଁ ମଧ୍ୟ ଏହି ସିରିଜର ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସ୍ପିନର ୟୁଜବେନ୍ଦ୍ର ଚହଲ ଓ ପେସ୍‌ ବୋଲର ଉମ୍ରାନ୍‌ ମଲିକ୍‌ ମଧ୍ୟ ନିଜ ଦକ୍ଷତାର ପ୍ରଦର୍ଶନ କରିବାକୁ ଚାହିଁବେ। ଟି୨୦ରେ ବିପଜ୍ଜନକ ବ୍ୟାଟର ସୂର୍ଯ୍ୟକୁମାର ଦିନିକିଆରେ ସମାନ ଫର୍ମ ଦେଖାଇବାରେ ସଫଳ ହୋଇନାହାନ୍ତି। ଶ୍ରେୟସ ଆୟର ଓ ଲୋକେଶ ରାହୁଲ ଆହତ ଥିବାରୁ ସୂର୍ଯ୍ୟକୁମାରଙ୍କ ନିକଟରେ ନିଜ ସ୍ଥିତିକ ମଜଭୁତ କରିବାର ଆଉ ଏକ ସୁଯୋଗ ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ସିରିଜରେ ଲଗାତର ୩ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଖାତା ଖୋଲିବା ପୂର୍ବରୁ ସେ ଆଉଟ ହୋଇଥିଲେ। ଅନ୍ୟପକ୍ଷରେ ରାହୁଲ ଭାରତୀୟ ଟିମ୍‌ର ଉଇକେଟ କିପର ଭାବରେ ଏକ ନମ୍ବର ପସନ୍ଦ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ନିଜ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବେ କିଶନ ଓ ସାମସନ୍‌। ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚରେ ଦମ୍‌ଦାର ବ୍ୟାଟିଂ ପରେ କିଶନ ପ୍ରଥମ ମ୍ୟାଚ ପାଇଁ ଉଇକେଟକିପର ଭାବରେ ସ୍ଥାନ ପାଇବାର ସମ୍ଭାବନା ଅଧିକ। ମିଡିଲ ଅର୍ଡରରେ ଅନ୍ୟ ପୋଜିଶନ ପାଇଁ ସାମସନ୍‌ ଓ ସୂର୍ଯ୍ୟକୁମାରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ମାତ୍ର ସାମ୍‌ସନ ଖେଳିଥିବା ଅନ୍ତିମ ୧୧ ଦିନିକିଆ ମ୍ୟାଚରେ ତାଙ୍କର ବ୍ୟାଟିଂ ଆଭରେଜ ୬୬ ରହିଛି। ଏହି କାରଣରୁ ସାମ୍‌ସନଙ୍କୁ ଅଗ୍ରାଧିକାର ମିଳିପାରେ। ରୋହିତ ଶର୍ମା ଓ ଶୁବମାନ ଗିଲ୍‌ ଓପନର ଭାବରେ ଖେଳିବାକୁ ଯାଉଥିବାରୁ ଋତୁରାଜ ଗାଏକ୍ୱାଡଙ୍କୁ ବେଞ୍ଚ ଗରମ କରିବାକୁ ପଡିବ।
ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏହି ସିରିଜ୍‌ରେ ପ୍ରତ୍ୟାବର୍ତ୍ତନ କରିବେ। ଆଇପିଏଲ୍‌ ପରେ ପ୍ରଥମ ଥର ପାଇଁ ସେ ଜାତୀୟ ଦଳକୁ ଫେରୁଥିବା ବେଳେ ତାଙ୍କ ପାଇଁ ଏହା ବେଶ୍‌ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିବ। ଦିନିକିଆ ସିରିଜ ପରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ସେ ଦଳର ନେତୃତ୍ୱ ମଧ୍ୟ ନେବେ। ବୋଲିଂରେ ଉମ୍ରାନ ମଲିକ ଓ ୟୁଜବେନ୍ଦ୍ର ଚହଲଙ୍କ ଉପରେ ସମସ୍ତଙ୍କ ନଜର ରହିବ। ୨୩ ବର୍ଷୀୟ ଉମ୍ରାନଙ୍କ ନିକଟରେ ଉଇକେଟ ନେବାର ଦକ୍ଷତା ରହିଥିଲେ ମଧ୍ୟ ସେ ଅଧିକ ରନ୍‌ ବ୍ୟୟ କରିଥାନ୍ତି। ଅଷ୍ଟ୍ରେଲିଆ ସିରିଜ୍‌ରେ ସ୍ଥାନ ପାଇ ନ ଥିବା ଚହଲ ମଧ୍ୟ ନିଜ ଦକ୍ଷତାର ପ୍ରଦର୍ଶନ କରିବାକୁ ଚାହିଁବେ। ପେସ୍‌ ବୋଲରଙ୍କ ମଧ୍ୟରେ ମହମ୍ମଦ ସିରାଜ ବୋଲିଂର ନେତୃତ୍ୱ ନେବାକୁ ଥିବା ବେଳେ ଜୟଦେବ ଉନାଡକଟ, ମୁକେଶ କୁମାର ଓ ଶାର୍ଦ୍ଦୂଳ ଠାକୁରଙ୍କ ପ୍ରଦର୍ଶନ ଉପରେ ନଜର ରହିବ। ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଏକ ନୂତନ ଭାବେ ଆରମ୍ଭ କରିବାକୁ ଯାଉଛି। ସିମରନ୍‌ ହେଟମେୟର ଓ ଓସେନ୍‌ ଥୋମାସ ଦଳକୁ ଫେରିଥିବା ବେଳେ ଆଲିକ ଆଠନାଜେଙ୍କୁ ମଧ୍ୟ ଡାକରା ମିଳିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

ଟେନ୍‌ସନ୍‌ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ

ଓ୍ବାଶିଂଟନ୍‌,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri