Posted inଖେଳ

ଫର୍ମ ସୁଧାରିବା ଲକ୍ଷ୍ୟରେ ସୂର୍ଯ୍ୟକୁମାର

ବ୍ରିଜ୍‌ଟାଉନ୍‌, ୨୭ା୭(ପି.ଟି.): ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ଏହାର ଦିନିକିଆ ସିରିଜ୍‌ ଗୁରୁବାରଠାରୁ ଖେଳିବ। ଟେଷ୍ଟ ସିରିଜ୍‌ରେ ବିଜୟ ପରେ ଏହି ସିରିଜରେ ମଧ୍ୟ ଭାରତ ଚମତ୍କାର ପ୍ରଦର୍ଶନ କରିବା ନେଇ ଆଶା ରହିଛି। ତେବେ ଏହି ସିରିଜ୍‌ରେ ଭାରତୀୟ ମଧ୍ୟକ୍ରମ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଏହା ବ୍ୟତୀତ ଉଇକେଟ କିପର ବ୍ୟାଟର ଭାବରେ ଇଶାନ କିଶନ୍‌ ଓ ସଞ୍ଜୁ ସାମସନ୍‌ଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ଏସିଆ କପ୍‌ ପୂର୍ବରୁ ଭାରତକୁ ଏହାର ଚୂଡାନ୍ତ ଏକାଦଶ ଚୟନ କରିବା ପାଇଁ ଏହା ଅନ୍ତିମ ସୁଯୋଗ ରହିବ। ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ବିଶ୍ୱକପର ଦଳ ଚୟନ ପାଇଁ ମଧ୍ୟ ଏହି ସିରିଜର ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସ୍ପିନର ୟୁଜବେନ୍ଦ୍ର ଚହଲ ଓ ପେସ୍‌ ବୋଲର ଉମ୍ରାନ୍‌ ମଲିକ୍‌ ମଧ୍ୟ ନିଜ ଦକ୍ଷତାର ପ୍ରଦର୍ଶନ କରିବାକୁ ଚାହିଁବେ। ଟି୨୦ରେ ବିପଜ୍ଜନକ ବ୍ୟାଟର ସୂର୍ଯ୍ୟକୁମାର ଦିନିକିଆରେ ସମାନ ଫର୍ମ ଦେଖାଇବାରେ ସଫଳ ହୋଇନାହାନ୍ତି। ଶ୍ରେୟସ ଆୟର ଓ ଲୋକେଶ ରାହୁଲ ଆହତ ଥିବାରୁ ସୂର୍ଯ୍ୟକୁମାରଙ୍କ ନିକଟରେ ନିଜ ସ୍ଥିତିକ ମଜଭୁତ କରିବାର ଆଉ ଏକ ସୁଯୋଗ ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ସିରିଜରେ ଲଗାତର ୩ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଖାତା ଖୋଲିବା ପୂର୍ବରୁ ସେ ଆଉଟ ହୋଇଥିଲେ। ଅନ୍ୟପକ୍ଷରେ ରାହୁଲ ଭାରତୀୟ ଟିମ୍‌ର ଉଇକେଟ କିପର ଭାବରେ ଏକ ନମ୍ବର ପସନ୍ଦ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ନିଜ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବେ କିଶନ ଓ ସାମସନ୍‌। ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚରେ ଦମ୍‌ଦାର ବ୍ୟାଟିଂ ପରେ କିଶନ ପ୍ରଥମ ମ୍ୟାଚ ପାଇଁ ଉଇକେଟକିପର ଭାବରେ ସ୍ଥାନ ପାଇବାର ସମ୍ଭାବନା ଅଧିକ। ମିଡିଲ ଅର୍ଡରରେ ଅନ୍ୟ ପୋଜିଶନ ପାଇଁ ସାମସନ୍‌ ଓ ସୂର୍ଯ୍ୟକୁମାରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ମାତ୍ର ସାମ୍‌ସନ ଖେଳିଥିବା ଅନ୍ତିମ ୧୧ ଦିନିକିଆ ମ୍ୟାଚରେ ତାଙ୍କର ବ୍ୟାଟିଂ ଆଭରେଜ ୬୬ ରହିଛି। ଏହି କାରଣରୁ ସାମ୍‌ସନଙ୍କୁ ଅଗ୍ରାଧିକାର ମିଳିପାରେ। ରୋହିତ ଶର୍ମା ଓ ଶୁବମାନ ଗିଲ୍‌ ଓପନର ଭାବରେ ଖେଳିବାକୁ ଯାଉଥିବାରୁ ଋତୁରାଜ ଗାଏକ୍ୱାଡଙ୍କୁ ବେଞ୍ଚ ଗରମ କରିବାକୁ ପଡିବ।
ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏହି ସିରିଜ୍‌ରେ ପ୍ରତ୍ୟାବର୍ତ୍ତନ କରିବେ। ଆଇପିଏଲ୍‌ ପରେ ପ୍ରଥମ ଥର ପାଇଁ ସେ ଜାତୀୟ ଦଳକୁ ଫେରୁଥିବା ବେଳେ ତାଙ୍କ ପାଇଁ ଏହା ବେଶ୍‌ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିବ। ଦିନିକିଆ ସିରିଜ ପରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ସେ ଦଳର ନେତୃତ୍ୱ ମଧ୍ୟ ନେବେ। ବୋଲିଂରେ ଉମ୍ରାନ ମଲିକ ଓ ୟୁଜବେନ୍ଦ୍ର ଚହଲଙ୍କ ଉପରେ ସମସ୍ତଙ୍କ ନଜର ରହିବ। ୨୩ ବର୍ଷୀୟ ଉମ୍ରାନଙ୍କ ନିକଟରେ ଉଇକେଟ ନେବାର ଦକ୍ଷତା ରହିଥିଲେ ମଧ୍ୟ ସେ ଅଧିକ ରନ୍‌ ବ୍ୟୟ କରିଥାନ୍ତି। ଅଷ୍ଟ୍ରେଲିଆ ସିରିଜ୍‌ରେ ସ୍ଥାନ ପାଇ ନ ଥିବା ଚହଲ ମଧ୍ୟ ନିଜ ଦକ୍ଷତାର ପ୍ରଦର୍ଶନ କରିବାକୁ ଚାହିଁବେ। ପେସ୍‌ ବୋଲରଙ୍କ ମଧ୍ୟରେ ମହମ୍ମଦ ସିରାଜ ବୋଲିଂର ନେତୃତ୍ୱ ନେବାକୁ ଥିବା ବେଳେ ଜୟଦେବ ଉନାଡକଟ, ମୁକେଶ କୁମାର ଓ ଶାର୍ଦ୍ଦୂଳ ଠାକୁରଙ୍କ ପ୍ରଦର୍ଶନ ଉପରେ ନଜର ରହିବ। ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଏକ ନୂତନ ଭାବେ ଆରମ୍ଭ କରିବାକୁ ଯାଉଛି। ସିମରନ୍‌ ହେଟମେୟର ଓ ଓସେନ୍‌ ଥୋମାସ ଦଳକୁ ଫେରିଥିବା ବେଳେ ଆଲିକ ଆଠନାଜେଙ୍କୁ ମଧ୍ୟ ଡାକରା ମିଳିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri