ସୂର୍ଯ୍ୟ-ବୁଧ-କେତୁଙ୍କ ଅଦ୍ଭୁତ ସଂଯୋଗ: ସୁନା ଭଳି ଚମକିବ ୩ ରାଶିଙ୍କ ଭାଗ୍ୟ, ଯାହା ଚାହିଁବେ ତାହା ହେବ!

ବର୍ତ୍ତମାନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ଏବଂ ରାଜକୁମାର ବୁଧ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ସଂଯୋଗବଶତଃ କେତୁ ମଧ୍ୟ ଏହି ନକ୍ଷତ୍ରରେ ରହିଥିବାରୁ ଏକ ବିଶେଷ ଗ୍ରହ ସଂଯୋଗ ସୃଷ୍ଟି ହୋଇଛି। ଜ୍ୟୋତିଷ ମତ ଅନୁଯାୟୀ, ଏହି ସଂଯୋଗ ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ରହିବ। ଏହାପରେ ସୂର୍ଯ୍ୟ ପରବର୍ତ୍ତୀ ନକ୍ଷତ୍ରରେ ପ୍ରବେଶ କରିବେ।

ତିନି ଶକ୍ତିଶାଳୀ ଗ୍ରହ ଏକାଠି ଗୋଟିଏ ନକ୍ଷତ୍ରରେ ରହିବାର ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ ଭାବେ ପଡ଼ିପାରେ। କେତେକ ରାଶିର ଜାତକଙ୍କୁ ଲାଭ ମିଳିପାରେ, ଆଉ କେତେକଙ୍କ ସମସ୍ୟା ବଢ଼ିପାରେ। ତେବେ କର୍କଟ, ତୁଳା ଓ ମକର ରାଶି ପାଇଁ ଏହି ସଂଯୋଗ ବିଶେଷ ଶୁଭ ହୋଇପାରେ। ନୂଆ ଚାକିରି, ମନପସନ୍ଦ ରୋଜଗାର, କ୍ୟାରିୟରରେ ସଫଳତା ଏବଂ ପରୀକ୍ଷାରେ ଭଲ ଫଳ ମିଳିବାର ଯୋଗ ରହିଛି ବୋଲି ଜ୍ୟୋତିଷ ମତରେ କୁହାଯାଏ।

କର୍କଟ ରାଶିର ଜାତକଙ୍କ ପାଇଁ ଏହି ସମୟ ବେଶ ଲାଭଦାୟକ ହୋଇପାରେ। ସରକାରୀ କ୍ଷେତ୍ରରେ ଅଟକିଥିବା କାମ ଏବେ ଆଗକୁ ବଢ଼ିପାରେ। ପରିବାରରେ ଖୁସିର ପରିବେଶ ରହିବା ସହ ଘରର ପରିବେଶ ସକାରାତ୍ମକ ରହିବ। ଗାଡ଼ି କିଣିବାର ଯୋଗ ମଧ୍ୟ ସୃଷ୍ଟି ହୋଇପାରେ।
ଆପଣଙ୍କ ପରିଶ୍ରମର ଭଲ ଫଳ ମିଳିବାର ସମ୍ଭାବନା ରହିଛି। ନୂଆ କାମ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିପାରେ। ଚାକିରି କରୁଥିବା ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ।

ତୁଳା ରାଶିଙ୍କ ପାଇଁ ମଧ୍ୟ ଏହି ଗ୍ରହ ସଂଯୋଗ ସଫଳତା ଆଣିପାରେ। ନୂଆ ଚାକିରିର ଯୋଗ ସୃଷ୍ଟି ହୋଇପାରେ ଏବଂ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିପାରେ। ନିବେଶ ସମ୍ପର୍କିତ ଯୋଜନାରୁ ଭଲ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରେ ମାନ୍ଦାବସ୍ଥା ଚାଲିଥିଲେ ଏବେ ଲାଭ ମିଳିବା ଆରମ୍ଭ ହୋଇପାରେ। ନୂଆ ଡିଲ କିମ୍ବା ବ୍ୟବସାୟିକ ଚୁକ୍ତିରୁ ମଧ୍ୟ ଲାଭ ମିଳିପାରେ। ପରିବାରରେ ନୂଆ ସଦସ୍ୟଙ୍କ ଆଗମନରେ ଖୁସିର ମାହୋଲ ରହିପାରେ।

ମକର ରାଶିର ଲୋକଙ୍କୁ ନିବେଶରୁ ଭଲ ରିଟର୍ଣ୍ଣ ମିଳିପାରେ। ଆପଣଙ୍କ ପ୍ରୟାସ ସଫଳ ହେବା ସହ ନିବେଶରୁ ଭଲ ଫଳ ମିଳିବାର ଯୋଗ ରହିଛି। କ୍ୟାରିୟର ସମ୍ପର୍କିତ ମାମଲାରେ ମଧ୍ୟ ଆଗକୁ ବଢ଼ିବାର ନୂଆ ସୁଯୋଗ ମିଳିପାରେ।
ଆର୍ଥିକ ସ୍ଥିତି ମଜବୁତ ହୋଇପାରେ ଏବଂ ଆୟ ବଢ଼ାଇବାର ନୂଆ ରାସ୍ତା ଖୋଲିପାରେ। ଚାକିରିରେ ଆପଣଙ୍କ ପରିଶ୍ରମକୁ ପ୍ରଶଂସା ମିଳିବା ସହ ବଡ଼ ଦାୟିତ୍ୱ ମିଳିପାରେ। ଦୀର୍ଘଦିନ ଧରି ଅଟକିଥିବା କୌଣସି କାମ ମଧ୍ୟ ଏହି ସମୟରେ ସମ୍ପୂର୍ଣ୍ଣ ହୋଇପାରେ।

Odisha’s No.1 Odia Daily

Share
Tags: rashiphala