ଭାଗ୍ୟ ବଦଳାଇବ ସୂର୍ଯ୍ୟଙ୍କ ମହାଗୋଚର! ସେପ୍ଟେମ୍ବରରୁ ଏହି ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା! କ୍ୟାରିୟରରୁ ବ୍ୟବସାୟ ଯାଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ମହାଗୋଚର କରିବେ। ସିଂହ ରାଶିରେ ନିଜ ଯାତ୍ରା ଶେଷ କରି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶି ସୂର୍ଯ୍ୟଙ୍କ ମିତ୍ର ରାଶି ହୋଇଥିବାରୁ ଏହି ଗୋଚରକୁ ବିଶେଷ ମହତ୍ତ୍ୱ ଦିଆଯାଉଛି।

କୁହାଯାଉଛି, ସୂର୍ଯ୍ୟଙ୍କ ଏହି ଗୋଚରର ପ୍ରଭାବ ୧୭ ଅକ୍ଟୋବର ପର୍ଯ୍ୟନ୍ତ ରହିପାରେ। ଏହି ସମୟରେ କିଛି ରାଶିର ଜାତକଙ୍କ କ୍ୟାରିୟର, ବ୍ୟବସାୟ ଓ ଆର୍ଥିକ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ଦୀର୍ଘଦିନ ଧରି ଅଟକିଥିବା କାମ ପୂରଣ ହେବା ସହ ପୁରୁଣା ଡିଲ୍‌ରୁ ଭଲ ଲାଭ ମିଳିବାର ଯୋଗ ମଧ୍ୟ ରହିଛି।

ସୂର୍ଯ୍ୟ ମେଷ ରାଶିର ଜାତକଙ୍କ ପଞ୍ଚମ ଭାବର ସ୍ବାମୀ ହୋଇ ଷଷ୍ଠ ଭାବରେ ଗୋଚର କରିବେ। ଏହାର ପ୍ରଭାବରେ କ୍ୟାରିୟରରେ ବଡ଼ ଉନ୍ନତିର ସୁଯୋଗ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ମଜବୁତ ହେବା ସହ ଦୀର୍ଘଦିନ ଧରି ଅଟକିଥିବା କାମ ଧୀରେ ଧୀରେ ସମ୍ପୂର୍ଣ୍ଣ ହୋଇପାରେ। ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ପୂର୍ବ ଅପେକ୍ଷା ଆରାମ ମିଳିବାର ସମ୍ଭାବନା ରହିଛି।

କର୍କଟ ରାଶି ପାଇଁ ସୂର୍ଯ୍ୟ ଧନ ଭାବର ସ୍ବାମୀ ହୋଇ ତୃତୀୟ ଭାବରେ ଗୋଚର କରିବେ। ଏହା ଫଳରେ ଆତ୍ମବିଶ୍ୱାସ ବଢ଼ିପାରେ। କ୍ୟାରିୟର କିମ୍ବା ପରିବାର ସମ୍ପର୍କିତ ନିଷ୍ପତ୍ତି ନେବାର କ୍ଷମତା ଆହୁରି ଭଲ ହୋଇପାରେ। ଏହି ସମୟରେ ନୂଆ ଲୋକଙ୍କ ସହ ପରିଚୟ ଭବିଷ୍ୟତରେ ଲାଭଦାୟକ ହୋଇପାରେ। ଚାକିରି ସମ୍ପର୍କରେ ପୁରୁଣା ପ୍ରୟାସର ଭଲ ଫଳ ମିଳିବା ସହ ଧନଲାଭର ସମ୍ଭାବନା ମଧ୍ୟ ରହିଛି।

ଧନୁ ରାଶିର ଜାତକଙ୍କ ପାଇଁ ସୂର୍ଯ୍ୟ ଭାଗ୍ୟ ଭାବର ସୱାମୀ ହୋଇ ଦଶମ ଅର୍ଥାତ୍ କର୍ମ ଭାବରେ ଗୋଚର କରିବେ। ଏହି ଗୋଚର ଆପଣଙ୍କ ପରିଶ୍ରମର ଫଳ ଦେଇପାରେ। ବ୍ୟବସାୟରେ ବଡ଼ ସଫଳତା ମିଳିବା ସହ ନୂଆ ଡିଲ ମିଳିପାରେ। ବ୍ୟବସାୟୀମାନଙ୍କ ପାଇଁ ବିଜନେସ ବିସ୍ତାରର ନୂଆ ସୁଯୋଗ ସୃଷ୍ଟି ହୋଇପାରେ। ସମାଜରେ ମାନ-ସମ୍ମାନ ବଢ଼ିବା ସହ ପ୍ରେମ ଜୀବନରେ ମଧ୍ୟ ନୂଆ ଦିଗ ଦେଖାଦେଇପାରେ।

 

Odisha’s No.1 Odia Daily

Share
Tags: rashiphala