ବିଶ୍ୱକର୍ମା ପୂଜାଠୁ ଏହି ୩ ରାଶି ରୁହନ୍ତୁ ସତର୍କ: ସୂର୍ଯ୍ୟଙ୍କ ଗୋଚର କରିଦେବ କାଙ୍ଗାଳ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଆସନ୍ତା ୧୭ ସେପ୍ଟେମ୍ବରରେ ସୂର୍ଯ୍ୟଦେବ କନ୍ୟା ରାଶିରେ ପ୍ରବେଶ କରିବେ। ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ଅଧିକାର, କ୍ୟାରିୟର, ମାନ-ସମ୍ମାନ ଏବଂ ବରିଷ୍ଠ ବ୍ୟକ୍ତିଙ୍କ ସହ ସମ୍ପର୍କର କାରକ ବୋଲି ମନେ କରାଯାଏ। କନ୍ୟା ରାଶିର ସ୍ବାମୀ ବୁଧ ଏବଂ ଏହି ରାଶିକୁ ଚିନ୍ତା-ବିଚାର, କାର୍ଯ୍ୟ ଓ ବ୍ୟବସ୍ଥା ସହ ଯୋଡ଼ାଯାଇଥାଏ।
ଜ୍ୟୋତିଷୀୟ ଆକଳନ ଅନୁସାରେ ଏହି ଗୋଚର ଅନେକଙ୍କ ପାଇଁ ସକାରାତ୍ମକ ପରିବର୍ତ୍ତନ ଆଣିପାରେ। ତେବେ ତୁଳା, କୁମ୍ଭ ଓ ମୀନ ରାଶିର ଲୋକଙ୍କୁ ଏହି ସମୟରେ ଖର୍ଚ୍ଚ, ଟଙ୍କା କାରବାର, ପାର୍ଟନରଶିପ ଓ ବ୍ୟକ୍ତିଗତ ସମ୍ପର୍କରେ ବିଶେଷ ସତର୍କ ରହିବାକୁ କୁହାଯାଇଛି।

ତୁଳା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଙ୍କ ଗୋଚର ଦ୍ୱାଦଶ ଭାବରେ ହେବ। ଜ୍ୟୋତିଷୀୟ ମତ ଅନୁସାରେ ଏହି ସମୟରେ ଖର୍ଚ୍ଚ ବଢ଼ିପାରେ ଏବଂ ନୂଆ ଆର୍ଥିକ ଦାୟିତ୍ୱ ଆସିପାରେ। ଯାତ୍ରା, ସ୍ବାସ୍ଥ୍ୟ, ଘରର ଆବଶ୍ୟକତା କିମ୍ବା ଅନ୍ୟାନ୍ୟ ଜରୁରୀ କାମରେ ଅଧିକ ଖର୍ଚ୍ଚ ହୋଇପାରେ। ବିଦେଶ ସହ ଜଡ଼ିତ ସମ୍ପର୍କ କିମ୍ବା ଦୂରସ୍ଥ ସ୍ଥାନରୁ ମିଳୁଥିବା ସୁଯୋଗ ଲାଭଦାୟକ ହୋଇପାରେ। ନିଜ ପରିଶ୍ରମର ଫଳ ପାଇବାରେ ବିଳମ୍ବ ହେଉଛି ବୋଲି ଅନୁଭବ ହୋଇପାରେ। ତେଣୁ ଅଯଥା ଖର୍ଚ୍ଚ, ଅନାବଶ୍ୟକ କିଣାକିଣି ଓ ଝୁମ୍ପପୂର୍ଣ୍ଣ ନିବେଶରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

କୁମ୍ଭ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଙ୍କ ଗୋଚର ଅଷ୍ଟମ ଭାବରେ ହେବ। ଜ୍ୟୋତିଷୀୟ ଆକଳନ ଅନୁସାରେ ହଠାତ୍‌ ପରିବର୍ତ୍ତନ, ଋଣ, ଟ୍ୟାକ୍ସ, ବୀମା, ନିବେଶ ଓ ଯୌଥ ଧନ ସମ୍ବନ୍ଧୀୟ ମାମଲା ଉପରେ ଏହି ସମୟରେ ଅଧିକ ଧ୍ୟାନ ଦେବାକୁ ପଡ଼ିପାରେ।
କୌଣସି ବଡ଼ ଆର୍ଥିକ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ କାଗଜପତ୍ର ଭଲ ଭାବେ ଯାଞ୍ଚ କରନ୍ତୁ। ବ୍ୟବସାୟୀମାନେ ମଧ୍ୟ କୌଣସି ଚୁକ୍ତିରେ ସୱାକ୍ଷର କରିବା ପୂର୍ବରୁ ତାହାର ସର୍ତ୍ତଗୁଡ଼ିକୁ ଭଲ ଭାବେ ପଢ଼ିନେବା ଉଚିତ। ତରବରିଆ ନିଷ୍ପତ୍ତି ଓ ନିବେଶରୁ ସତର୍କ ରହିବାକୁ କୁହାଯାଇଛି।

ମୀନ ରାଶି ପାଇଁ ସୂର୍ଯ୍ୟଙ୍କ ଗୋଚର ସପ୍ତମ ଭାବରେ ହେବ। ଏହି ଭାବକୁ ବିବାହ, ପାର୍ଟନରଶିପ, ବ୍ୟବସାୟିକ ସମ୍ପର୍କ, ଗ୍ରାହକ ଓ ଜନସାଧାରଣଙ୍କ ସହ ଜଡ଼ିତ କାର୍ଯ୍ୟ ସହ ସମ୍ପର୍କିତ ବୋଲି ଜ୍ୟୋତିଷରେ ମନେ କରାଯାଏ। ବ୍ୟବସାୟୀମାନେ କୌଣସି ପାର୍ଟନରଶିପରେ ଯିବା ପୂର୍ବରୁ ସମସ୍ତ ସର୍ତ୍ତକୁ ଭଲ ଭାବେ ଯାଞ୍ଚ କରିବା ଉଚିତ। ସମ୍ପର୍କରେ ଅହଂକାରର ଲଢ଼େଇ ଦୂରତା ବଢ଼ାଇପାରେ। ତେଣୁ ନିଜ କଥା ଜୋର କରି ମନାଇବା ବଦଳରେ ପାର୍ଟନରଙ୍କ କଥା ଶୁଣିବାକୁ ଚେଷ୍ଟା କରନ୍ତୁ।

Dharitri – Odisha’s No.1 Odia Daily

Share