ଆଜି ସନ୍ଧ୍ୟା ୭ଟା ୪୮ ମିନିଟରେ ସୂର୍ଯ୍ୟ ବିଛା ରାଶିକୁ ଚଳନ କରିବେ। ଏହାପରେ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ଏହି ରାଶିରେ ଅବସ୍ଥାନ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟଙ୍କ ଏହି ଗୋଚରର ପ୍ରଭାବ ୬ଟି ରାଶିର ଜାତକଙ୍କ ଉପରେ ଶୁଭ ରହିବ। ଏହି ସମୟରେ ସେମାନଙ୍କୁ ଭାଗ୍ୟର ସାଥ ମିଳିବା ସହ ଚାକିରି, ବ୍ୟବସାୟ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତିର ଯୋଗ ରହିଛି। ଆସନ୍ତୁ ଜାଣିବା, କେଉଁ ୬ଟି ରାଶି ପାଇଁ ଏହି ସମୟ ଶୁଭ ରହିବ।
ମିଥୁନ ରାଶି: ମିଥୁନ ରାଶିର ଯେଉଁ ଜାତକମାନେ ପାଠପଢ଼ା କରୁଛନ୍ତି କିମ୍ବା ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ନେଉଛନ୍ତି, ସେମାନଙ୍କୁ ସଫଳତା ମିଳିପାରେ। କର୍ମକ୍ଷେତ୍ରରେ ଭଲ ଫଳ ମିଳିବ। ବ୍ୟବସାୟରେ ଲାଭ ହେବା ସହ ଆର୍ଥିକ ସ୍ଥିତି ମଜଭୁତ ହେବ।
କର୍କଟ ରାଶି: କର୍କଟ ରାଶିର ଜାତକଙ୍କ ଘରେ ସୁଖ ଓ ଖୁସିର ଆଗମନ ହେବ। ଚାକିରି କ୍ଷେତ୍ରରେ ସଫଳତା ମିଳିପାରେ। ବ୍ୟବସାୟୀଙ୍କ ପାଇଁ ଲାଭର ଯୋଗ ରହିଛି। ନୂଆ ନିବେଶ କରିବା ପାଇଁ ମଧ୍ୟ ସମୟ ଅନୁକୂଳ ରହିବ। ନିବେଶରୁ ଭଲ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଛି।
ସିଂହ ରାଶି: ସୂର୍ଯ୍ୟଙ୍କ ଗୋଚର ସିଂହ ରାଶିର ଜାତକଙ୍କ ପାଇଁ ଶୁଭ ଫଳ ଆଣିବ। କାମକୁ ନେଇ ରହିଥିବା ସମସ୍ୟା ଦୂର ହେବ। ପରିବାରରେ ଖୁସିର ମାହୋଲ ରହିବ। ବ୍ୟବସାୟରେ ଲାଭ ହେବାର ଯୋଗ ରହିଛି। ଏହି ସମୟରେ ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଶୁଭ ହେବ।
ବିଛା ରାଶି: ବିଛା ରାଶିର ଜାତକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଚାକିରି ଓ କ୍ୟାରିୟରରେ ସଫଳତା ମିଳିବାର ଯୋଗ ରହିଛି। ପଦୋନ୍ନତି ମିଳିପାରେ। ସୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ସମୟ ଭଲ ରହିବ।
କୁମ୍ଭ ରାଶି: କୁମ୍ଭ ରାଶିର ଜାତକଙ୍କୁ କ୍ୟାରିୟରରେ ସଫଳତା ମିଳିବ। ପରୀକ୍ଷାରେ ଭଲ ଫଳାଫଳ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ ଲାଭବାନ ହେବେ। ପରିବାର ସହ ଅଧିକ ସମୟ ବିତାଇବାର ସୁଯୋଗ ମିଳିବ। ଭାଗିଦାରିରେ ବ୍ୟବସାୟ କରୁଥିବା ଲୋକଙ୍କୁ ମଧ୍ୟ ଭଲ ଫାଇଦା ମିଳିପାରେ।
ମୀନ ରାଶି: ମୀନ ରାଶିର ଜାତକଙ୍କୁ ଭାଗ୍ୟର ସାଥ ମିଳିବ। ଆୟ ବୃଦ୍ଧି ହେବା ସହ ବ୍ୟାଙ୍କ ବାଲାନ୍ସ ବଢ଼ିବ। ମନ ପ୍ରସନ୍ନ ରହିବ। କ୍ୟାରିୟରରେ ଉନ୍ନତିର ଯୋଗ ରହିଛି।