ସିଂହ ରାଶିରେ ସୂର୍ଯ୍ୟଙ୍କ ଗୋଚର, ମେଷ-ମକର ସମେତ ୫ ରାଶିର ଚମକିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଆଜି ସକାଳ ୮ଟା ୩ ମିନିଟ୍‌ରେ ନିଜ ସ୍ୱରାଶି ସିଂହରେ ପ୍ରବେଶ କରିଛନ୍ତି। ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ସୂର୍ଯ୍ୟ ସିଂହ ରାଶିରେ ରହିବେ। ଏହି ଗୋଚରର ପ୍ରଭାବରେ ମେଷ, ସିଂହ, ବିଛା, ଧନୁ ଓ ମକର ରାଶିର ଲୋକଙ୍କୁ ବିଶେଷ ଲାଭ ମିଳିପାରେ । ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ପିତା, ଆତ୍ମବିଶ୍ୱାସ, ସମ୍ମାନ ଓ ସଫଳତାର କାରକ ଭାବେ ବିବେଚନା କରାଯାଏ।

ମେଷ- ସୂର୍ଯ୍ୟଙ୍କ ଗୋଚର ମେଷ ରାଶି ପାଇଁ ଶୁଭ ହୋଇପାରେ। ପ୍ରେମ ସମ୍ପର୍କରେ ମଧୁରତା ଆସିବା ସହ ସମ୍ପର୍କ ମଜବୁତ ହୋଇପାରେ। ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ। ପରିବାରରେ ଖୁସିର ପରିବେଶ ରହିପାରେ।
ସିଂହ- ସିଂହ ରାଶିର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ ଏବଂ ଏବେ ସୂର୍ଯ୍ୟ ନିଜ ରାଶିରେ ହିଁ ଗୋଚର କରୁଛନ୍ତି। ଫଳରେ ଆତ୍ମବିଶ୍ୱାସ ବଢ଼ିପାରେ। କ୍ୟାରିୟରରେ ଉନ୍ନତିର ସୁଯୋଗ ମିଳିପାରେ ଏବଂ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି।
ବିଛା-ଏହି ରାଶିର ଲୋକଙ୍କ ପାଇଁ ମଧ୍ୟ ସୂର୍ଯ୍ୟ ଗୋଚର ଲାଭଦାୟକ ହୋଇପାରେ। କ୍ୟାରିୟରରେ ସଫଳତା ମିଳିବା ସହ ଚାକିରି ଓ ବ୍ୟବସାୟରେ ଲାଭର ଯୋଗ ରହିଛି। ଆତ୍ମବିଶ୍ୱାସ ବଢ଼ିବା ସହ କାମରେ ସଫଳତା ମିଳିପାରେ।
ଧନୁ- ଧନୁ ରାଶି ପାଇଁ ସୂର୍ଯ୍ୟଙ୍କ ଏହି ଗୋଚର ଶୁଭ ଫଳ ଦେଇପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ ଏବଂ ସମ୍ମାନ ବଢ଼ିପାରେ। ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟ ସମୟ ଭଲ ରହିବାର ସମ୍ଭାବନା ରହିଛି।
ମକର-ମକର ରାଶିର ଜାତକଙ୍କୁ ସୂର୍ଯ୍ୟ ଗୋଚରରୁ ଲାଭ ମିଳିପାରେ। କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ଆସିପାରେ। ଆର୍ଥିକ ଦୃଷ୍ଟିରୁ ସମୟ ଅନୁକୂଳ ରହିବା ସହ ଚାକିରି ଓ ବ୍ୟବସାୟରେ ଲାଭର ଯୋଗ ରହିଛି।

 

Dharitri – Odisha’s No.1 Odia Daily

Share