Categories: ଖେଳ

୪୫ ବଲ୍‌ରେ ଶତକ

ରାଜକୋଟ,୭।୧: ଭାରତ-ଶ୍ରୀଲଙ୍କା ମଧ୍ୟରେ ଶନିବାର ଖେଳାଯାଉଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଟି୨୦ରେ ଚମକିଛନ୍ତି ସୂର୍ଯ୍ୟକୁମାର ଯାଦବ। ଟି୨୦ ଅନ୍ତର୍ଜାତୀୟ ଫର୍ମାଟରେ ସେ ନିଜର ତୃତୀୟ ଶତକ ମାରିବାରେ ସଫଳ ହୋଇଛନ୍ତି। ମାତ୍ର ୪୫ ବଲ୍‌ରେ ୮ ଛକା ଏବଂ ୬ ଚୌକା ସହାୟତାରେ ସେ ନିଜର ଶତକ ପୂରଣ କରିଛନ୍ତି। ଗୋଟିଏ ପଟେ ଭାରତର ଉଇକେଟ ପତନ ହେଉଥିବା ବେଳେ ସୂର୍ଯ୍ୟକୁମାରଙ୍କ ଏହି ଲଢ଼ୁଆ ଇନିଂସ ଦଳକୁ ବଡ଼ ସ୍କୋର କରିବାରେ ସହାୟକ ହୋଇଛି। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ଶ୍ରୀଲଙ୍କାକୁ ଜିତିବା ଲାଗି ୨୨୯ ରନ୍‌ର ଟାର୍ଗେଟ ଦେଇଛି।

Share