କିନ୍ନରଙ୍କୁ ମିଳିବ ଜମି

ଭୁବନେଶ୍ୱର, ୨୪।୩ (ବ୍ୟୁରୋ):ଜାଗା ମିଶନ୍‌ ଅନ୍ତର୍ଗତ ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ବା ପରିବାରକୁ ଜାଗା ପ୍ରଦାନ କରାଯିବ। ଏଥିପାଇଁ ବିଭିନ୍ନ ବସ୍ତି ଅଞ୍ଚଳରେ ବ୍ୟାପକ ସର୍ଭେ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି। ଶୁକ୍ରବାରଠାରୁ କିନ୍ନର ବସ୍ତି ଅଞ୍ଚଳରେ ସର୍ଭେ ଆରମ୍ଭ କରାଯିବ। ପ୍ରଥମେ କଳିଙ୍ଗ ଷ୍ଟୁଡିଓ କିନ୍ନର ବସ୍ତିରେ ଜାଗା ମିଶନ୍‌ ସର୍ଭେ କରାଯିବ। ଏଠାରେ ୧୨୦ରୁ ଊର୍ଦ୍ଧ୍ୱ କିନ୍ନର ରହୁଛନ୍ତି। ସେହିପରି ଭୁବନେଶ୍ୱରର ବାଣୀବିହାର କିନ୍ନର ବସ୍ତି, ଡମଣା କିନ୍ନର ବସ୍ତି, ନାକାଗେଟ୍‌ ଚାଳସାହି କିନ୍ନର ବସ୍ତି, ଭରତପୁର ତାରିଣୀ କିନ୍ନର ବସ୍ତି, ପାତ୍ରପଡ଼ା, ସତ୍ୟନଗର, ପଳାଶପଲ୍ଲି, କାର୍‌ଗିଲ ବସ୍ତି, ସୁନ୍ଦରପଦା ଆଦି ବିଭିନ୍ନ ବସ୍ତିରେ ପ୍ରାୟ ୫ଶହ କିନ୍ନର ଘର କରି ରହୁଛନ୍ତି। ଏସବୁ ବସ୍ତି ଏହି ସର୍ଭେରେ ସାମିଲ ହେବ। ବସ୍ତିରେ ରହୁଥିବା କିନ୍ନରଙ୍କ ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବା ପରେ ପ୍ରକୃତ ହିତାଧିକାରୀଙ୍କୁ ଭୂମିହୀନ ଶ୍ରେଣୀରେ ଗଣତି କରାଯାଇ ଜାଗା ପ୍ରଦାନ କରାଯିବ। କଳିଙ୍ଗ ଷ୍ଟୁଡିଓ କିନ୍ନର ବସ୍ତିରେ ସର୍ଭେ ହେବା ପରେ ପର୍ଯ୍ୟାୟକ୍ରମେ ଅନ୍ୟ ବସ୍ତିଗୁଡିକରେ ସର୍ଭେ କରାଯିବ। କିନ୍ନରମାନଙ୍କୁ ପରିବାର ଲୋକେ ଦୂରେଇ ଦେଉଥିବାବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ସେମାନେ ବସ୍ତିକୁ ଆଶ୍ରା କରିଥାନ୍ତି। ସରକାର ଏବେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରୁଥିବାବେଳେ ଜାଗା ମିଶନ୍‌ରେ ସେମାନଙ୍କୁ ଜମି ମିଳିବା ନିହାତି ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ରାଜ୍ୟ କିନ୍ନର ସଂଘର ସମ୍ପାଦିକା ମେଘନା ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri