୧୫୦ ମିଲିସିଆ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୨ା୮(ସ୍ବ.ପ୍ର.): ମାଲକାନଗିରି ଏସ୍‌ପି ଓ ବିଏସ୍‌ଏଫ୍‌ ଡିଆଇଜିଙ୍କ ନିକଟରେ ସୋମବାର ୧୫୦ ମିଲିସିଆ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଗୁରୁପ୍ରିୟା ନିକଟସ୍ଥ ବିଏସ୍‌ଏଫ୍‌ ମାଓବାଦୀ କ୍ୟାମ୍ପ୍‌ରେ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀଙ୍କ ଶହୀଦ ସ୍ତମ୍ଭ ଭାଙ୍ଗିଛନ୍ତି ମିଲିସିଆ। ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ମିଲିସିଆ ମାଓବାଦୀ କହିଛନ୍ତି।