ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ ଅନ୍ୟପକ୍ଷର କ୍ଷମତା ନିକଟରେ ମୁଣ୍ଡ ନୁଆଁଏ। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ଯାହା ଘଟିଛି ତାହା ସ୍ପଷ୍ଟତଃ ଏହାର ଏକ ନମୁନା। ଏହାକୁ ବୁଝିବା ପାଇଁ କେବଳ ପ୍ରକାଶିତ ବିବୃତିଗୁଡ଼ିକୁ ଜାଣିବା ଦରକାର। ଡୋନାଲ୍ଡ ଟ୍ରମ୍ପ ୬ ଅଗଷ୍ଟ ୨୦୨୫ର ତାଙ୍କ ନିର୍ଦ୍ଦେଶ (ସଂଖ୍ୟା ୧୪୩୨୯)ରେ ଲେଖିଥିଲେ, ”ଭାରତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ରୁଷିଆ ତୈଳ ଆମଦାନୀ କରୁଥିବାରୁ ମୁଁ ସ୍ଥିର କଲି ଯେ ଭାରତର ସାମଗ୍ରୀ ଆମଦାନୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ମୂଲ୍ୟ ଆଧାରିତ ଶୁଳ୍କ ଲାଗୁ କରିବା ଆବଶ୍ୟକ ଏବଂ ଯୁକ୍ତିଯୁକ୍ତ।“ ୬ ଫେବୃଆରୀ ୨୦୨୬ରେ ତାଙ୍କ ନିର୍ଦ୍ଦେଶରେ ପ୍ରକାଶ ପାଇଛି, ”ବିଶେଷକରି ଭାରତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ରୁଷିଆ ତୈଳ ଆମଦାନୀ ବନ୍ଦ କରିବାକୁ ପ୍ରତିବଦ୍ଧ ଏବଂ ଦର୍ଶାଇଛି ଯେ ଏହା ଆମେରିକାଠାରୁ ଶକ୍ତି ଉତ୍ପାଦ କିଣିବ। ଏହାସହ ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ଆମେରିକା ସହିତ ଏକ ଢାଞ୍ଚା ପ୍ରସ୍ତୁତ କରିବାର ପ୍ରତିବଦ୍ଧତା ପ୍ରକାଶ କରିଛି।“ ଦେଖାଯାଉଛି, ଏବେ ଆମେରିକା ଯାହା ଚାହଁୁଛି ଭାରତ ସେଭଳି କରୁଛି। ଟ୍ରମ୍ପ କହିଛନ୍ତି, ”ମୁଁ ପର୍ଯ୍ୟାୟକ୍ରମେ ଭାରତ ଉପରେ ଲାଗୁ ଅତିରିକ୍ତ ଶୁଳ୍କକୁ ହଟାଇ ନେବାକୁ ସ୍ଥିର କରିଛି।“ ଭାରତର ଭଲ ଆଚରଣ କିମ୍ବା କୂଟନୈତିକ ଦୃଷ୍ଟିରୁ ଆଜ୍ଞାପାଳନ ପାଇଁ ହଟାଇ ଦିଆଯାଇଥିବା ଜଣାପଡ଼ୁଛି। ତଥାପି, ଟ୍ରମ୍ପ ଚେତାବନୀ ଦେଇଛନ୍ତି , ”ଭାରତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ରୁଷିଆ ତେଲ ଆମଦାନୀ ପୁନର୍ବାର ଆରମ୍ଭ କରୁଛି କି ନାହିଁ ତାହା ଉପରେ ଆମେରିକା ନଜର ରଖିବ“ ଏବଂ ଯଦି ଏହା ଘଟେ, ”ମୁଁ ଭାରତର ସାମଗ୍ରୀ ଆମଦାନୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ପୁଣି ନିଶ୍ଚତ ଲାଗୁ କରିବି।“ ଭାରତ ବିବୃତିରେ କହିଛି, ”ଭାରତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ବାର୍ଷିକ ୧୦୦ ବିଲିୟନ ଡଲାର ହିସାବରେ ୫୦୦ ବିଲିୟନ ଡଲାର ଆମେରିକୀୟ ଉତ୍ପାଦ କିଣିବାକୁ ଚାହୁଁଛି। ୨୦୨୪ରେ ଏହା ୪୦ ବିଲିୟନ ଡଲାର ଥିଲା। ଦେଖିବାକୁ ଗଲେ ଭାରତ ଆମେରିକାରୁ ଦୁଇଗୁଣରୁ ଅଧିକ ଉତ୍ପାଦ କିଣିବାକୁ ପ୍ରତିବଦ୍ଧ ହୋଇଛି। ଏହା ପ୍ରତିବଦଳରେ ପାଇଛି କ’ଣ? ତେବେ ପୂର୍ବରୁ କୌଣସି ଟାରିଫ ନ ଥିଲାବେଳେ ଏବେ ବୃଦ୍ଧି କରିବା ପରେ ସେଥିରୁ ୧୮% କମାଇଛି। ଏହା ଆମ ପାଇଁ ପୁରସ୍କାର। ଏଥିରେ ସାର୍ବଭୌମତ୍ୱ ଉଲ୍ଲଂଘନ ହେଉନି କି? ଯାଞ୍ଚ କରନ୍ତୁ, ଅନିଚ୍ଛା ସତ୍ତ୍ୱେ ଚାପ ପକାଯାଇଛି କି ନାହିଁ? ଆତ୍ମସମର୍ପଣ କଥାକୁ ବି ପରଖନ୍ତୁ। ଦୁର୍ଭାଗ୍ୟବଶତଃ ଏସବୁ ଘଟିଛି। ଜୟଶଙ୍କର ଏବଂ ଭାରତ ସରକାର କ’ଣ କହୁଛନ୍ତି ତାହା ଶୁଣିବା ଆବଶ୍ୟକ ନାହିଁ, କେବଳ ସ୍ବାକ୍ଷର କରାଯାଇଥିବା ବୁଝମଣା ସମ୍ପର୍କରେ ଆମେ ଜାଣିବା ଦରକାର।
ପ୍ରଶ୍ନ ହେଉଛି ଆମେ କାହିଁକି ଆତ୍ମସମର୍ପଣ କଲୁ। ମୋର ବନ୍ଧୁ ତଥା ଅର୍ଥନୀତିଜ୍ଞ ଅଶୋକ ବର୍ଦ୍ଧନ ଚୁକ୍ତି ସ୍ବାକ୍ଷରିତ ହେବା ପୂର୍ବରୁ ଏକ ମେସେଜ ପଠାଇଥିଲେ; ଯେଉଁଥିରେ ସେ କ’ଣ ଘଟିବ ତାହା ପୂର୍ବାନୁମାନ କରି ବ୍ୟାଖ୍ୟା କରିବାକୁ ଚେଷ୍ଟା କରିଥିଲେ। ସେ ଲେଖିଥିଲେ, ”ଭାରତ ଆତ୍ମସମର୍ପଣ କରିବାର ଦୁଇଟି କାରଣ ଅଛି। ପ୍ରଥମେ, ଏହି ସରକାରଙ୍କ ତଥାକଥିତ ଜାତୀୟତାବାଦୀ ପରିଚୟ ଏବଂ ଏହାର ସମର୍ଥନ ଆଧାରକୁ ଅତିରଞ୍ଚିତ କରି ଦର୍ଶାଇବା। ଜାତୀୟତାବାଦୀ କାଡକୁ ବୃହତ ଶକ୍ତିଗୁଡ଼ିକ ସହିତ ଚୁକ୍ତି କରିବା ସମୟରେ ବ୍ୟବହାର କରିବା ଉଚିତ ନୁହେଁ। ଏହା ବ୍ୟତୀତ, ଭାରତର ଅର୍ଥ ବ୍ୟବସ୍ଥାରେ ଥିବା କିଛି ଗତିଶୀଳ କ୍ଷେତ୍ର ମଧ୍ୟରେ ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥ ସର୍ବାଧିକ ଭୂମିକା ଗ୍ରହଣ କରେ ଏବଂ ଉଭୟ ଆମେରିକୀୟ ବଜାର, ଫାର୍ମଗୁଡ଼ିକ ସହିତ ବ୍ୟାପକ ଭାବେ ଜଡ଼ିତ ଓ ପାଣ୍ଠି ଉପରେ ଅଧିକ ନିର୍ଭରଶୀଳ।“ ଭାରତର ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ କ୍ଷେତ୍ରଗୁଡ଼ିକର ମୋଟ ଉତ୍ପାଦର ପ୍ରାୟ ୭୦% ଆମେରିକାକୁ ରପ୍ତାନି ହେଉଛି। ଭାରତ ୨୦୨୪ରେ ଆମେରିକାକୁ ପ୍ରାୟ ୪୦ ବିଲିୟନ ଡଲାର ସର୍ଭିସେସ୍‌ ରପ୍ତାନି କରିଥିଲା। ବର୍ଦ୍ଧନ କହନ୍ତି,”ଭାରତୀୟ ଆର୍ଥିକ ବଜାରର ପ୍ରତ୍ୟେକ କ୍ଷେତ୍ର ମୁଖ୍ୟତଃ ଭେଞ୍ଚର ଫଣ୍ଡିଂଠାରୁ ଆରମ୍ଭ କରି ଆର୍ଥିକ ଗବେଷଣା ଓ ବିତ୍ତୀୟ ଖବର ସରବରାହ ସଂସ୍ଥା ଇତ୍ୟାଦି ଆମେରିକା ସହିତ ବି ଜଡ଼ିତ। ଆମର ଜାତୀୟତାବାଦ, ଆମର ସାହସ, ଆମର ୫୬ ଇଞ୍ଚ କେବଳ ଅନ୍ୟ ଭାରତୀୟମାନଙ୍କୁ ନିର୍ଯାତନା ଏବଂ ଧମକାଇବା ପାଇଁ ଉଦ୍ଦିଷ୍ଟ। କିନ୍ତୁ ଜଣେ ପ୍ରକୃତ ପ୍ରତିପକ୍ଷଙ୍କ ସାମ୍ନାରେ ଏହା ମଳିନ ପଡ଼ିଯାଏ। ତେବେ ଟ୍ରମ୍ପ ଆମକୁ ତାଙ୍କ ଇଚ୍ଛାରେ ଏଭଳି ଆତ୍ମସମର୍ପଣ କରିବାକୁ ବାଧ୍ୟ କରିବା ଘଟଣା ପ୍ରଥମ ଥର ଘଟିନାହିଁ। ମେ ୨୦୧୯ରେ, ଟ୍ରମ୍ପ ଶୁଳ୍କ ଛାଡ଼ ପାଇଁ ଅନୁମତି ନ ଦେବା ପରେ ଭାରତ ଇରାନରୁ ତେଲ କିଣିବା ବନ୍ଦ କରିବାକୁ ବାଧ୍ୟ ହୋଇଥିଲା। ଟ୍ରମ୍ପଙ୍କ ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ ବୋଲ୍ଟନ ତାଙ୍କ ପୁସ୍ତକ ‘ଦି ରୁମ୍‌ ହୋୟାର ଇଟ୍‌ ହାପେଣ୍ଡ’ରେ ଲେଖିଛନ୍ତି, ଟ୍ରମ୍ପ ମୋଦିଙ୍କ ସମସ୍ୟାକୁ ନ ଦେଖି ତାଙ୍କ ଟିମ୍‌କୁ କହିଥିଲେ ଯେ ‘ସେ(ମୋଦି) ଠିକ୍‌ ହୋଇଯିବେ’। ଏହାର ଅର୍ଥ ହେଉଛି ଭାରତକୁ ମାଗଣା ପରିବହନ ଏବଂ ବୀମା ଓ ୬୦ ଦିନର କ୍ରେଡିଟ ଭଳି ରିହାତି ସହିତ ଆସୁଥିବା ତେଲ ଆଣିବାକୁ ମନା କରାଯାଇଥିଲା। ଭାରତ ବୁଝାଇବାକୁ ଚେଷ୍ଟା କରିଥିଲା ଯେ ଏହାର ଅନେକ ରିଫାଇନେରି ଇରାନର ଅଶୋଧିତ ତୈଳ ପ୍ରକ୍ରିୟାକରଣ ପାଇଁ ନିର୍ମାଣ କରାଯାଇଛି ଏବଂ ହଠାତ୍‌ ପରିବର୍ତ୍ତନ ହୋଇପାରିବ ନାହିଁ ଓ ଇରାନରୁ ଯୋଗାଣ ବନ୍ଦ ହେଲେ ମୂଲ୍ୟ ଏବଂ ମୁଦ୍ରାସ୍ଫୀତି ପ୍ରଭାବିତ ହେବ। ଟ୍ରମ୍ପ ଏହାକୁ ସ୍ବୀକାର କରି ନ ଥିଲେ। ଆମେ ସେତେବେଳେ ତାଙ୍କ କଥା ମାନିଥିଲୁ, ଯେପରି ଆମେ ପୁଣି ଥରେ ରୁଷିଆ ତୈଳ ଏବଂ ବର୍ତ୍ତମାନ ଭେନେଜୁଏଲା ଓ ଆମେରିକୀୟ ତୈଳ କିଣିବାକୁ ରାଜି ହୋଇଛୁ। ଯେଉଁଠାରୁ ଆରମ୍ଭ କରିଥିଲୁ ସେହିଠାକୁ ଆମକୁ ଫେରିଯିବାକୁ ପଡ଼ିବ, କାରଣ ଭାରତୀୟମାନେ ଜାଣିବା ଗୁରୁତ୍ୱପୂର୍ଣ୍ଣ ଯେ ସେମାନଙ୍କ ନାମରେ କ’ଣ କରାଯାଇଛି। ସ୍ପଷ୍ଟତଃ ସରକାରୀ କାର୍ଯ୍ୟରେ ବିଦେଶୀ ହସ୍ତକ୍ଷେପ ଦ୍ୱାରା ସାର୍ବଭୌମତ୍ୱ ଉଲ୍ଲଂଘନ ହୋଇଛି। ପ୍ରତିରୋଧ କରିବା ବନ୍ଦ କରି ଅନ୍ୟପକ୍ଷର କର୍ତ୍ତୃତ୍ୱ ନିକଟରେ ଆତ୍ମସମର୍ପଣ କରିଛୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri