Posted inଫୁରସତ

ବିସ୍ମୟ ପ୍ରକୃତି

ପ୍ରକୃତି ଏକ ବିସ୍ମୟର ଗନ୍ତାଘର। ଏହାମଧ୍ୟରେ ଏମିତି ଅନେକ କିଛି ଅଛି, ଯାହା ମଣିଷକୁ ବାରମ୍ବାର ଚକିତ କରିଆସିଛି। ତା’ର ରହସ୍ୟ ଜାଣିବାକୁ ଚେଷ୍ଟା କରିଛି। ହେଲେ ପାରିନି। ସେମିତି କିଛି ବିସ୍ମୟକର ସ୍ଥାନ ସମ୍ପର୍କରେ…

ବଟର୍‌ ବଲ୍‌: ଦକ୍ଷିଣ ଭାରତର ମହାବଳୀପୁରମ୍‌ରେ ଶ୍ରୀକୃଷ୍ଣଙ୍କର ଏକ ଚମତ୍କାରୀ ବିଶାଳକାୟ ପଥର ମହଜୁଦ ଅଛି। ଏହା ‘ବଟର ବଲ୍‌’ ନାମରେ ପରିଚିତ। ପଥରର ଓଜନ ପ୍ରାୟ ୫୦ ଟନ୍‌। ଓସାର ୫ ମିଟର ଓ ଉଚ୍ଚତା ୨୦ ଫୁଟ୍‌। ଉକ୍ତ ପଥରର ବିଶେଷତ୍ୱ ହେଉଛି ଯେ, ଏହା ୪୫ଂ କୋଣକୁ ଢଳି ରହିଛି। ତଥାପି ଏହା ସ୍ଥିର ହୋଇ ୧୨୦୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ସେମିତି ରହିଛି। ସେ ପୁଣି ବିନା କୌଣସି ସାହାରାରେ। ଅନେକ ଲୋକ ଏହାକୁ ହଲାଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ଏମିତି କି ଝଡ଼ ତୋଫାନ, ସୁନାମୀରେ ବି ଏହି ପଥର କାଣିଚାଏ ହଲିନାହିଁ।

ଷ୍ଟୋନ ଫରେଷ୍ଟ: ଚାଇନାର ୟୁନାନ ପ୍ରାନ୍ତରେ ଏମିତି ଏକ ଜଙ୍ଗଲ ଅଛି, ଯେଉଁଠି ଗଛ ନ ଥାଇ ଅଛି କେବଳ ପାହାଡ। ଏହା ‘ଶିଲିନ ଷ୍ଟୋନ ଫରେଷ୍ଟ’ ନାମରେ ପରିଚିତ। ୨୭୦ ବର୍ଷ ପୁରୁଣା ଏହି ଜଙ୍ଗଲ ୩୪୯ କି.ମି. ପର୍ଯ୍ୟନ୍ତ ବ୍ୟାପିଛି। ଏଠାକାର ପାହାଡର ଶୀର୍ଷଗୁଡିକର ଆକାର ଏଭଳି ଯେ, ଭ୍ରମ ହୁଏ ତାହା ଗଛ ବୋଲି।

କ୍ରୁକଡ୍‌ ଫରେଷ୍ଟ: ପୋଲାଣ୍ଡରେ ଅଛି ଏମିତି ଏକ ଜଙ୍ଗଲ, ଯେଉଁଠି ଶହ ଶହ ପାଇନ ଗଛର ମୂଳ ଭାଗ ମୋଡି ହୋଇ ପୁଣି ସିଧା ହୋଇଛି। ଯାହାକି ୯୦ଂ କୋଣ ସୃଷ୍ଟି କରୁଛି। ଏତେ ସବୁ ଗଛ କିଭଳି ଏକାଭଳି ମୋଡି ହୋଇ ରହିଛି, ତେଣୁ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରେ। କିଏ କହେ ଏହା ମନୁଷ୍ୟକୃତ ତ ଆଉ କିଏ କହେ ଏହା ବରଫଝଡ କିମ୍ବା ଅନ୍ୟ କୌଣସି ପ୍ରାକୃତିକ କାରଣରୁ ଘଟିଛି।

ଡେଭିଲ୍ସ ବ୍ରିଜ୍‌: ଜର୍ମାନୀର ସହର କ୍ରୋମଲୌରେ ଅଛି ଏକ ବେଶ୍‌ ସୁନ୍ଦର ବ୍ରିଜ୍‌, ଯାହାର ନାମ ଡେଭିଲ୍ସ ବ୍ରିଜ୍‌। ଏହାକୁ ଅନେକେ ‘ରାକୋଜ୍‌ବ୍ରୁକ୍‌’ ବ୍ରିଜ୍‌ ମଧ୍ୟ କହିଥାନ୍ତି। ୧୮୬୦ ଦଶକର ଏହି ବ୍ରିଜ୍‌ ପୃଥିବୀର ସୁନ୍ଦର ବ୍ରିଜ୍‌ ମଧ୍ୟରେ ଅନ୍ୟତମ। ଏହି ବ୍ରିଜ୍‌ ଦେଖିବାକୁ ସମ୍ପୂର୍ଣ୍ଣ ଗୋଲାକାର ଲାଗେ। କିନ୍ତୁ ଏହା ଗୋଲାକାର ନୁହେଁ, ବରଂ ଅର୍ଦ୍ଧ ଗୋଲାକାର। ହେଲେ ଜଳରେ ପଡୁଥିବା ଏହି ଅର୍ଦ୍ଧଗୋଲାକାର ବ୍ରିଜ୍‌ର ଛାଇ ବ୍ରିଜ୍‌କୁ ଗୋଲାକାର ରୂପ ଦେଇଥାଏ।

ମୋଏରାକି ବୁଲ୍ଡର୍‌: ବେଳାଭୂମି ସାରା ଦେଖିବାକୁ ମିଳେ ବଡ ବଡ ଗୋଲାକାର ପଥର। ଏହା ହେଉଛି ନ୍ୟୁଜିଲାଣ୍ଡର କୋଏକୋହେ ବେଳାଭୂମି। ପ୍ରାୟ ୬୫୦ ବର୍ଷ ପୂର୍ବରୁ ଏହି ପଥରଗୁଡିକ ତିଆରି ହୋଇଥିବା କୁହାଯାଏ।
ପ୍ଲେନ୍‌ ଅଫ୍‌ ଜାର୍‌ସ: ଏକ ବିସ୍ତୀର୍ଣ୍ଣ ସମତଳ ଭୂମି। ଆଉ ସେଠାରେ ଦେଖିବାକୁ ମିଳେ ଅନେକ ରହସ୍ୟମୟ ପଥରର ପାତ୍ର। ଯାହା ଦେଖିବାକୁ ଜାର୍‌ ବା ନଳାକୃତୀ ପାତ୍ର ଭଳି। ମଧ୍ୟ ଲାଓସ୍‌ର ଜିଏଙ୍ଗଖୋଉଆଙ୍ଗ ପ୍ରାନ୍ତରେ ୨୦୦୦ରୁ ଊର୍ଦ୍ଧ୍ୱ ଏହି ବିସ୍ମୟକର ପଥରର ପାତ୍ର ରହିଛି। ସେଥିମଧ୍ୟରୁ କିଛିଟା ୧୦ଫୁଟ୍‌ ଉଚ୍ଚତା ବିଶିଷ୍ଟ ହୋଇଥାଏ। ଭୂତତ୍ତ୍ୱବିତଙ୍କ ମତରେ ଜାର୍‌ଗୁଡିକ ୨୦୦୦ ବର୍ଷ ପୁରୁଣା ଅଟେ। ହେଲେ ଏଗୁଡିକୁ କିଏ ଓ କେଉଁ ଉଦ୍ଦେଶ୍ୟରେ କରିଥିଲେ ତାହା ଜଣା ନାହିଁ। ତେବେ କୁହାଯାଏ ଏସବୁକୁ ଅନ୍ତ୍ୟେଷ୍ଟି କ୍ରିୟାର ଭସ୍ମାଧାର ଭାବେ ବ୍ୟବହାର କରାଯାଉଥିଲା।

ସାଲାର ଡେ ଉୟୁନି: ପୃ୍‌ଥିବୀର ସବୁଠାରୁ ବଡ ଲବଣାକ୍ତ ସମତଳ ହେଉଛି ବଲିଭିଆର ସାଲାର ଡେ ଉୟୁନି। ଏହି ଲବଣାକ୍ତ ସମତଳ ୪୦୦୦ ବର୍ଗ ମାଇଲ ପର୍ଯ୍ୟନ୍ତ ବ୍ୟାପ୍ତ। ଏହା ସମ୍ପୂର୍ଣ୍ଣ ଭାବେ ସମତଳ ଓ ଦର୍ପଣ ଭଳି। ତେଣୁ ନୀଳ ଓ ଆକାଶ ଓ ଭସା ବାଦଲର ଛାଇ ଏହା ଉପରେ ପଡି ଭୂମିରେ ବି ଆକାଶର ଭ୍ରମ ସୃଷ୍ଟି ହୁଏ। ଶୁଷ୍କ ଋତୁରେ ଏହି ସମତଳଭାଗରେ ବହୁଭୁଜାକାର ହାଲ୍‌କା ଫାଟ ଭଳି ସୃଷ୍ଟି ହୁଏ, ଯାହାକି ଫ୍ଲୋର୍‌ ଟାଇଲ୍‌ ଭଳି ଦେଖାଯାଏ।

ସ୍ପଟେଡ୍‌ ଲେକ୍‌- ଶୀତଦିନେ ଏହା ଏକ ସାଧାରଣ ହ୍ରଦ ପରି ଲାଗେ। କିନ୍ତୁ ଖରାଦିନେ କାନାଡା, ବ୍ରିଟିଶ କଲମ୍ବିଆରେ ଥିବା ଏହି ହ୍ରଦର ଜଳ ଯେବେ ବାଷ୍ପୀଭୂତ ହେବାକୁ ଲାଗେ ଏହାର ଜଳ ସାରା ଗୋଲାକାର ରଙ୍ଗିନ ପ୍ୟାଚ୍‌ ଦେଖାଯାଏ। ହଳଦିଆ, ନୀଳ ଓ ସବୁଜ ରଙ୍ଗର ଏହି ଗୋଲାକାର ପ୍ୟାଚ୍‌ ପାଣିରେ ଥିବା ବିଭିନ୍ନ ପ୍ରକାରର ମିନେରାଲର ପ୍ରଚୁର ମାତ୍ରା ଯୋଗୁ ହୋଇଥାଏ।
ଏନ୍‌ଭାଏଟେନେଟ୍‌ ଦ୍ୱୀପ: ଏହା ଏକ ବେଶ୍‌ ସୁନ୍ଦର ଦ୍ୱୀପ। ଏହା କେନିଆର ରୁଡୋଲ୍ଫ ହ୍ରଦରେ ରହିଛି। ଏନ୍‌ଭାଏଟେନେଟ୍‌ର ଅର୍ଥ ହେଉଛି ‘ନୋ ରିଟର୍ନ’। ଆଗ୍ନେୟଗିରୀ ଭଳି ଦେଖିବାକୁ ଏହି ଦ୍ୱୀପ। କୁହାଯାଏ ବହୁ ବର୍ଷ ପୂର୍ବେ ଏଠାରେ ଜନବସତି ଥିଲା। ସେମାନେ ଶିକାର କରି ମାଛଧରି ବଞ୍ଚୁଥିଲେ ଏବଂ କିଛି ଦୂରରେ ଥିବା ମେନଲ୍ୟାଣ୍ଡର ଲୋକଙ୍କ ସହ ବ୍ୟବସାୟ କରୁଥିଲେ। କିନ୍ତୁ ହଠାତ୍‌ ଏମାନଙ୍କର ଯିବାଆସିବା ମେନଲ୍ୟାଣ୍ଡକୁ ବନ୍ଦ ହୋଇଯାଇଥିଲା। କିଛି ଲୋକ ଏହି ଦ୍ୱୀପକୁ ଯିବାରେ ଦେଖିବାକୁ ପାଇଲେ ଯେ, ସେଠାରେ ଜନବସତିର ଚିହ୍ନ ନ ଥିଲା। ଏହାପରଠାରୁ ସେଠାକୁ ଆଉ କେହି ଗଲେ ନାହିଁ। ଦ୍ୱୀପ ପରିତ୍ୟକ୍ତ ହୋଇ ରହିଗଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri