ଆସିକା,୨୫।୪(ସୁରେନ୍ଦ୍ର ନାଥ ସାହୁ) : ଗଞ୍ଜାମ ଜିଲା କୋଟିନଡା ଥାନା ଅନ୍ତର୍ଗତ ଜୟପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ଅତର୍କିତ ଆକ୍ରମଣରେ ଗୋଟିଏ ପରିବାରର ବାପା ଓ ଦୁଇ ପୁଅଙ୍କ ସମେତ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ସେହି ଗ୍ରାମର କୁନାଲ ଲେଙ୍କା ଏବଂ ତାଙ୍କ ଦୁଇ ପୁଅ ଆଶିଷ ଓ ବିକାଶ ଏବଂ ତାଙ୍କ ସହ ଥିବା ଅନ୍ୟ ଜଣେ ସୁଶାନ୍ତ ପରିଡା। ମୁଣ୍ଡରେ ଆଘାତପ୍ରାପ୍ତ ଆହତଙ୍କୁ ଚିକିତ୍ସା ଲାଗି ଆସିକା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ଲାଗି ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଛି । ଆକ୍ରମଣର କାରଣ ଓ ଆକ୍ରମଣକାରୀଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ ା ତେବେ ଶୁକ୍ରବାର ରାତିରେ ସେହି ଗ୍ରାମରେ ଚାଲିଥିବା ଏକ ଭୋଜିରେ ଅନ୍ୟ କେତେକଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ପରେ ଅତର୍କିତ ଭାବେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି ା ତେବେ ଅଦ୍ୟାବଧି ଏ ସମ୍ପର୍କରେ ପୋଲିସରେ କୌଣସି ଅଭିଯୋଗ ହୋଇନଥିଲେ ମଧ୍ୟ ପୋଲିସ ପକ୍ଷରୁ ଘଟଣା ଉପରେ ତଦନ୍ତ ଚାଲିଥିବା ଜଣାପଡିଛି ।