Categories: ଜାତୀୟ

ସୁର୍ଜେଓ୍ବାଲା-ଶ୍ରୀନିବାସ ଅଟକ…

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସୋମବାର ପୂର୍ବାହ୍ନରେ ଟ୍ରାକ୍ଟର ଚଳାଇ ମୌସୁମୀ ଅଧିବେଶନରେ ଯୋଗଦେବା ଲାଗି ସଂସଦ ଭବନରେ ପହଞ୍ଚିଛନ୍ତି। ରାହୁଲଙ୍କ ସହିତ ଟ୍ରାକ୍ଟରରେ କଂଗ୍ରେସ ଜେନେରାଲ ସେକ୍ରେଟାରୀ ରଣଦୀପ୍‌ ସୁର୍ଜେଓ୍ବାଲା, ଯୁବ କଂଗ୍ରେସ ମୁଖ୍ୟ ଶ୍ରୀନିବାସ ବି.ଭିି. , ଦୀପେନ୍ଦ୍ର ହୁଡ୍ଡାଙ୍କ ସମେତ ଅନ୍ୟ ନେତାଙ୍କୁ ଟ୍ରାକ୍ଟରରେ ବସିଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଦିଲ୍ଲୀ ପୋଲିସ ପକ୍ଷରୁ ସୁର୍ଜେଓ୍ବାଲା ଏବଂ ଶ୍ରୀନିବାସଙ୍କ ସମେତ ଅନ୍ୟ କଂଗ୍ରେସ ନେତାଙ୍କୁ ଅଟକ ରଖାଯାଇଛି। ଟ୍ରାକ୍ଟର ମାର୍ଚ୍ଚ ଦ୍ୱାରା ସିଆର୍‌ପିସି ଧାରା ୧୪୪ର ଉଲ୍ଲଂଘନ ହେଉଥିବାରୁ ଦିଲ୍ଲୀ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Share