Posted inଖେଳ

ଜୁନିୟର ଚୟନକର୍ତ୍ତା ହେବାକୁ ସୁରିନ୍ଦରଙ୍କ ଆବେଦନ

ନୂଆଦିଲ୍ଲୀ,୧୬।୫(ପି.ଟି.): ଭାରତୀୟ ଜୁନିୟର କ୍ରିକେଟ ଦଳର ଚୟନକର୍ତ୍ତା ହେବାକୁ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସୁରିନ୍ଦର ଅମରନାଥ ଆବେଦନ କରିଛନ୍ତି। ୫ଟି ପଦ ପାଇଁ ଗତମାସ ଶେଷ ତାରିଖ ରହିଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ଖୁବ୍‌ଶୀଘ୍ର ଚୟନ ପ୍ରକ୍ରିୟା ଆରମ୍ଭ କରିବ।
ସୁରିନ୍ଦର କ୍ରିକେଟ କିମ୍ବଦନ୍ତୀ ଲାଲା ଅମରନାଥଙ୍କ ପୁଅ। ସେ ଭାରତ ପାଇଁ ୧୦ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ସେ ମଧ୍ୟ ୧୪୫ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି ଓ ୮୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ଆମ ଜାତୀୟ ଦଳ ଭଲ ପ୍ରଦର୍ଶନ କରୁଛି। ଦେଶରେ କ୍ରିକେଟ ବ୍ୟବସ୍ଥା ଓ ସଂସ୍କୃତି ଉଚ୍ଚକୋଟୀର ରହିଛି। ତେଣୁ ପ୍ରତିଭାସମ୍ପନ୍ନ କ୍ରିକେଟର ଦେଶରେ ସୃଷ୍ଟି ହେଉଛନ୍ତି ବୋଲି ୭୨ ବର୍ଷୀୟ ସୁରିନ୍ଦର କହିଛନ୍ତି। ଭଲ କ୍ରିକେଟ ଖେଳିବା ସହ କୋଚିଂରେ ମଧ୍ୟ ସୁରିନ୍ଦରଙ୍କ ଭଲ ଅଭିଜ୍ଞତା ରହିଛି। ସେ କୋଚ୍‌ ଭାବେ ମରୋକ୍କୋରେ କାର୍ଯ୍ୟ କରିଛନ୍ତି। ଗୋଆ କ୍ରିକେଟ ଆସୋସିଏଶନ ପାଇଁ ସେ ମୁଖ୍ୟ କନ୍‌ସଲଟାଣ୍ଟ ଭାବେ କାର୍ଯ୍ୟ କରିଛନ୍ତି। ୧୯୭୪ରେ ସେ ଅକଲାଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ। ଡେବ୍ୟୁରେ ସେ ଶତକ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ ସେ ସୁନୀଲ ଗାଭାସ୍କରଙ୍କ ସହ ଇନିଂସ ଓପନ କରି ୨୦୪ ରନର ଭାଗୀଦାରି ସ୍ଥାପନ କରିଥିଲେ। ସ୍କୁଲ କ୍ରିକେଟରେ ସେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତୀୟ ସ୍କୁଲ ଟେଷ୍ଟ ଟିମ୍‌ ତରଫରୁ ପ୍ରତିନିଧିତ୍ୱ କରି ସେ ଲଡର୍‌ସରେ ଶତକ ହାସଲ କରିଥିଲେ। ଶେଷ ଦୁଇଟି ବଲ୍‌ରେ ଭାରତ ବିଜୟ ପାଇଁ ୯ ରନ ଆବଶ୍ୟକ କରୁଥିବା ବେଳେ ସେ ଦୁଇଟି ଛକା ମାରି ଦଳକୁ ଜିତାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs PAK: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ୬ ଶବ୍ଦର ପୋଷ୍ଟ

କଲମ୍ବୋ,୧୬।୨:  ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ ପରେ, ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତର…

ରାଗରେ ଏମିତି କହିଦେଲେ ପାକିସ୍ତାନ ଅଧିନାୟକ: ଅଫ୍‌ ଡେ’ରେ…

କଲମ୍ବୋ,୧୬।୨:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ଗ୍ରୁପ ପର୍ଯ୍ୟାୟ ମ୍ୟାଚ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ପରାସ୍ତ…

ବିଜୟ ପରେ ମଧ୍ୟ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମଧ୍ୟରେ ଫାଟ! ଏହି କାରଣରୁ ଯୁକ୍ତିତର୍କ, VIDEO ଭାଇରାଲ୍‌

ନୂଆଦିଲ୍ଲୀ,୧୬।୨: ୨୦୨୬ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଟିମ ଇଣ୍ଡିଆ ଶିବିରରେ ସେଲିବ୍ରେଶନର ପରିବେଶ ଥିଲାବେଳେ, ମ୍ୟାଚ ପରେ ପଡ଼ିଆରେ ଏକ ଘଟଣା…

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri