Categories: ଜାତୀୟ

ପାକିସ୍ତାନ ଉପରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍‌: ରତଲେ ଜଳ ବିଦ୍ୟୁତ୍‌ ପରିଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୨୧।୧: ଭାରତ ସରକାରଙ୍କ ପକ୍ଷରୁ ପୁଣି ଥରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଛି। ଜମ୍ମୁ-କଶ୍ମୀରର କିସ୍ତଓ୍ବାଡ ଜିଲାର ଚେନାବ୍‌ ନଦୀ ଉପରେ ରତଲେ ଜଳ ଜଳବିଦ୍ୟୁତ୍‌ ପରିଯୋଜନାକୁ ଭାରତ ସରକାର ମଞ୍ଜୁରୀ ଦେଇଛନ୍ତି। ୮୫୦ ମେଗାଓ୍ବାଟ ଏହି ଜଳ ବିଦ୍ୟୁତ୍‌ ଯୋଜନା ପାଇଁ ୫୨୮୧.୯୪ କୋଟିର ନିବେଶ ପ୍ରସ୍ତାବକୁ ସରକାରୀ ଅନୁମତି ମିଳିଛି। ୨୦୧୩ ଜୁନ୍‌ ୨୫ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏହି ପରିଯୋଜନାର ଶିଳାନ୍ୟାସ କରିଥିଲେ। ୨୦୧୭ ଅଗଷ୍ଟରେ ବିଶ୍ୱବ୍ୟାଙ୍କ ଚେନାବ୍‌ ନଦୀ ଉପରେ ବନ୍ଧ ନିର୍ମାଣକୁ ସ୍ବୀକୃତି ଦେଇଥିଲେ। ୨୦୧୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କେନ୍ଦ୍ର ସହିତ ଆଲୋଚନା ଆରମ୍ଭ କରାଯାଇଥିଲା। ପାକିସ୍ତାନ ଏହି ପରିଯୋଜନାକୁ ବିରୋଧ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନ ଥିଲା। ବିଶ୍ୱବ୍ୟାଙ୍କ ଅଧିକାରୀ ପାକିସ୍ତାନର ଦାବିକୁ ଅଣଦେଖା କରିଥିଲେ। ଏହି ପରିଯୋଜନାକୁ ୬୦ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Share