Categories: ଫୁରସତ

ଡେଙ୍ଗା ହେବାଲାଗି ସର୍ଜରି

ଓ୍ବାଶିଂଟନ୍‌: ନିଜ ଉଚ୍ଚତା ବଢ଼ାଇବା ପାଇଁ ଆମେରିକା ନେଭାଡାର ୬୮ ବର୍ଷୀୟ କନ୍‌ ଲେଗ୍‌ ଲେନ୍‌ଥନିଂ ସର୍ଜରି କରିଛନ୍ତି। ଏହା ଏକ ଜଟିଳ ଓ କଷ୍ଟଦାୟକ ସର୍ଜରି। ଏ ନେଇ ତାଙ୍କୁ ୧୩୦,୦୦୦ ପାଉଣ୍ଡ ତଥା ୧.୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ସର୍ଜରି ପରେ ତାଙ୍କ ଉଚ୍ଚତା ୫ ଫୁଟ୍‌ ୯ ଇଞ୍ଚ ହୋଇଛି। ଲସ୍‌ ଭେଗାସ୍‌ରେ ଥିବା କେଭିନ୍‌ ଦେବୀପ୍ରସାଦଙ୍କ କ୍ଲିନିକ୍‌ରେ ଉକ୍ତ ସର୍ଜରି କରାଯାଇଛି। ନିଜ ଉଚ୍ଚତାକୁ ନେଇ କିନ୍‌ ସନ୍ତୁଷ୍ଟ ନ ଥିବାବେଳେ ସେ ଏହି ସର୍ଜରି କରିବାକୁ ବହୁ ଆଗରୁ ଚାହୁଁଥିଲେ ମଧ୍ୟ ତାଙ୍କ ପାଖରେ ସେତେ ଟଙ୍କା ନ ଥିଲା। ବର୍ତ୍ତମାନ ତାଙ୍କ ପାଖରେ ସର୍ଜରି ପାଇଁ ଆବଶ୍ୟକ ଅର୍ଥ ଜମା ହେବା ପରେ କନ୍‌ ଏହି ସର୍ଜରି କରିଛନ୍ତି। ସର୍ଜରି ପାଇଁ ମାସକରୁ ଅଧିକ ସମୟ ଲାଗିଥିବାବେଳେ ସର୍ଜରି ଜରିଆରେ ଗୋଟିଏ ଦିନରେ କନ୍‌ଙ୍କ ଉଚ୍ଚତା ୧ ଏମ୍‌.ଏମ୍‌. ବୃଦ୍ଧି କରାଯାଉଥିଲା। ୧ ଇଞ୍ଚ ଉଚ୍ଚତା ବଢ଼ାଇବା ପାଇଁ ୨୫ ଦିନ ସମୟ ଲାଗୁଥିବା ଡା. ପ୍ରସାଦ କହିଛନ୍ତି। ହାଡକୁ ଭାଙ୍ଗି ସେଥିରେ ମେଟାଲ ନେଲ୍ସ ଖଞ୍ଜା ଯାଇ ଏହି ସର୍ଜରି କରାଯାଇଥାଏ।

Share