ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ ସମନ୍ବୟ ନ ରହିବା ଯୋଗୁ ଅଧିକାଂଶ ରୋଗୀ ଅନ୍ୟ ମେଡ଼ିକାଲ କଲେଜକୁ ରେଫର ହେଉଥିବାବେଳେ ବହୁ ସମୟରେ ଗୁରୁତର ରୋଗୀ ହସ୍ପିଟାଲରେ ଠିକ ସମୟରେ ଚିକିତ୍ସା ନ ପାଇ ହଇରାଣ ହେଉଛନ୍ତି। ଏପରି କି ମୃତ୍ୟୁ ମୁଖରେ ପଡୁଛନ୍ତି। ସେହିପରି ମେଡ଼ିକାଲ କଲେଜରେ ଓ ଜିଲା ହେଡକ୍ୱାଟର ହସ୍ପିଟାଲରେ ସି ଆର୍ମ ମେଶିନ ନ ଥିବାରୁ ଅସ୍ଥି ଶଲ୍ୟ ବିଭାଗରେ ଗୋଟିଏ ବି ଅସ୍ତ୍ରୋପଚାର ହୋଇ ପାରୁନାହିଁ। ଗତ ୧ ବର୍ଷ ହେଲା ମେଡ଼ିକାଲ କଲେଜ ଖୋଲିଲାଣି। କଲେଜର ୫ଜଣ ବିଶେଷଜ୍ଞ ଡାକ୍ତର ଥିବାବେଳେ ଜଣେ ହେଡକ୍ୱାଟର ହସ୍ପିଟାଲରେ ନିଯୁକ୍ତି ପାଇଛନ୍ତି। ହେଲେ ଉପରୋକ୍ତ ମେଶିନ ନ ଥିବାରୁ ୧୦୦ ପ୍ରତିଶତ ଅସ୍ଥି ଶଲ୍ୟ ଅସ୍ତ୍ରୋପଚାର ସବୁ ଅନ୍ୟ ମେଡ଼ିକାଲ କଲେଜକୁ ରେଫର ହେଉଛି, ନ ହେଲେ ଲୋକେ ବେସରକାରୀ ହସ୍ପିଟାଲକୁ ଯାଇ ଅଧିକ ଖର୍ଚ୍ଚରେ ପଡୁଛନ୍ତି। ଏମିତି କି ଛୋଟ ଅସ୍ତ୍ରୋପଚାର ବି ହୋଇ ପାରୁନାହିଁ। ଲୋକେ କହୁଛନ୍ତି ମେଡ଼ିକାଲ କଲେଜର ଲାଭ କ’ଣ ବୋଲି ପ୍ରଶ୍ନ କରୁଛନ୍ତି। ପୂର୍ବରୁ ଏକ ଆର୍ମ ମେଶିନ ବହୁ ବର୍ଷ ତଳେ ଥିଲା। ଏହାର ରକ୍ଷଣା ବେକ୍ଷଣା ଅଭାବ ଏବଂ ବ୍ୟବହାର ନ ହେବାରୁ ଖରାପ ହୋଇ ପଡିଛି। ଏହି ପୁରୁଣା କାଳିଆ ମେଶିନ ମରାମତି ବି ହୋଇ ପାରୁନାହିଁ। ଫଳରେ ଅସ୍ତ୍ରୋପଚାର ବନ୍ଦ ରହିଛି। ଏହା ଦ୍ୱାରା ଏହି ବିଭାଗ ବିଶେଷଜ୍ଞଙ୍କ ହାତ ବି ବନ୍ଦ ହୋଇଯାଇଛି। ମେଡ଼ିକାଲ କଲେଜକୁ ଡାକ୍ତର ହେବା ପାଇଁ ପଢିବାକୁ ଆସୁଥିବା ଡାକ୍ତରୀ ଛାତ୍ର ବି କିଛି ଶିଖି ପାରୁ ନାହାନ୍ତି। ଜିଲାରେ ପ୍ରତିଦିନ ବହୁ ଦୁର୍ଘଟଣା ଘଟି ଲକୋଙ୍କ ହାଡ଼ ଗୋଡ଼ ଭାଙ୍ଗୁଛି। ଅଧିକାଂଶ ଅସ୍ତ୍ରୋପଚାର ଆବଶ୍ୟକତା ହେଉଛି। ହେଲେ ଏଠି ମେଶିନ ଅଭାବରୁ ହୋଇ ପାରୁନାହିଁ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଶିନର ମୂଲ୍ୟ ବହୁତ ଅଧିକ ଥିବାରୁ କିଣା ଯାଇପାରୁ ନ ଥିବା କୁହାଯାଇଛି। ବହୁ ସମୟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମୀକ୍ଷା ହେଉଛି। ହେଲେ ଏହି ସମସ୍ୟା ଗୁରୁତ୍ୱ ଦିଆ ନ ଯିବାକୁ ଲୋକେ ନା ପସନ୍ଦ କରିଛନ୍ତି। ବର୍ତ୍ତମାନ କଲେଜ ସହ ଜିଲା ହେଡକ୍ୱାଟର ହସ୍ପିଟାଲ ଯୋଡି ହୋଇ ରହିଛି। କିନ୍ତୁ ବହୁ ସମୟରେ ସମନ୍ବୟ୍‌ର ଅଭାବ ଦେଖାଦେଇଛି। ଯାହା ନେଇ ହଇରାଣ ହେଉଥିବା ରୋଗୀ ଅଭିଯୋଗ କଲେ ମଧ୍ୟ କେହି ପଦକ୍ଷେପ ନେଉ ନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ନିହାରେନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ମେଶିନ ନ ଥିବାରୁ ଅସ୍ତ୍ରୋପଚାର ହେଇ ପାରୁ ନ ଥିବା କହିଛନ୍ତି। ଏହା ପାଇଁ ପ୍ରସ୍ତାବ ଦିଆହୋଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri