୧୧ରୁ ଓଟିଟିରେ ‘ସର୍‌ଫିରା’

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ରାଧିକା ମଦାନଙ୍କ ‘ସର୍‌ଫିରା’ ଗତ ଜୁଲାଇ ୧୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ତେବେ ଏହା ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରି ପାରି ନ ଥିଲା। ପ୍ରାୟ ୧୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ଘରୋଇ ବଜାରରେ ମାତ୍ର ୨୬.୩ କୋଟି ଏବଂ ବିଶ୍ବବ୍ୟାପୀ ୩୦.୦୨ କୋଟି ଟଙ୍କାର ବ୍ୟବସାୟ କରିଥିଲା। ବକ୍ସ ଅଫିସ୍‌ ବ୍ୟବସାୟରେ ଏହି ଚଳଚ୍ଚିତ୍ର ନିଜ ବଜେଟର ଅଧା ମଧ୍ୟ ସଂଗ୍ରହ କରିବାକୁ ସକ୍ଷମ ହୋଇପାରି ନ ଥିଲା, ତେବେ ନିଜର ଡିଜିଟାଲ୍‌ ଅଧିକାରକୁ ବିକ୍ରୟ କରିବାରୁ ‘ସର୍‌ଫିରା’କୁ ଫାଇଦା ମିଳିଛି। ଏହି ଫିଲ୍ମ ଆସନ୍ତା ୧୧ରୁ ଓଟିଟି ପ୍ଲାଟ୍‌ଫର୍ମ ‘ଡିସ୍‌ନି ପ୍ଲସ୍‌ ହଟ୍‌ଷ୍ଟାର୍‌’ରେ ଷ୍ଟ୍ରିମିଂ ହେବାକୁ ଯାଉଛି। ‘ଡିସ୍‌ନି ପ୍ଲସ୍‌ ହଟ୍‌ଷ୍ଟାର୍‌’ର ସବ୍‌ସ୍କ୍ରିପ୍‌ସନ୍‌ ପ୍ଲାନ୍‌ ସହ ଦର୍ଶକ ଏହି ଚଳଚ୍ଚିତ୍ରକୁ ଉପଭୋଗ କରିପାରିବେ। ଏନେଇ ଅକ୍ଷୟ ତାଙ୍କ ଏକ୍ସ’ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ସୁଧା କୋଙ୍ଗରାଙ୍କ ନିର୍ଦ୍ଦେଶିତ ଓ ସୂର୍ଯ୍ୟା, ଅରୁଣା ଭାଟିଆ, ଜ୍ୟୋତିିକା ଏବଂ ବିକ୍ରମ ମାଲହୋତ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମର ସ୍କ୍ରିପ୍ଟ ରାଇଟିଂ ଶାଲିନୀ ଉଷାଦେବୀ କରିଛନ୍ତି। ଏହି ଚଳଚ୍ଚିତ୍ରଟି ବୀର ଜଗନ୍ନାଥ ମହାଥ୍ରେ ନାମକ ଜଣେ ଯୁବକଙ୍କ ଚରିତ୍ରକୁ ନେଇ ଆଧାରିତ। ସେ ଏକ ସ୍ବଳ୍ପ ବଜେଟ ବିମାନ ସେବା ଆରମ୍ଭ କରିବା ପାଇଁ ସ୍ବପ୍ନ ଦେଖିଥିଲେ। ସମସ୍ତ ସାମାଜିକ ଏବଂ ବୈଷୟିକ ବାଧାବିଘ୍ନର ମୁକାବିଲା ସତ୍ତ୍ୱେ ସେ ଫିଲ୍ମରେ ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri