Categories: ଖେଳ

କୋଟି କୋଟି ଟଙ୍କାର ଚାକିରି ଛାଡି ସମାଜ ସେବା କରୁଛନ୍ତି ଏହି କ୍ରିକେଟରଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ସ୍ତ୍ରୀ ପ୍ରିୟଙ୍କା ରାଇନା ଆଜି ଗରିବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କ ଝିଅଙ୍କ ନାମରେ ଏକ ଫାଉଣ୍ଡେଶନ୍‌ ଅଛି, ଯାହାକୁ ଉଭୟ ସୁରେଶ ରାଇନା ଏବଂ ପ୍ରିୟଙ୍କାଙ୍କୁ ପରିଚାଳନା କରନ୍ତି। କ୍ରିକେଟରେ ସୁରେଶ ରାଇନା ବ୍ୟସ୍ତ ଥିବାରୁ ଫାଉଣ୍ଡେସନରେ ପ୍ରିୟଙ୍କାଙ୍କ ଅବଦାନ ଅଧିକ। କିନ୍ତୁ ଯେତେବେଳେ ବି ତାଙ୍କୁ ସୁଯୋଗ ମିଳେ ସେ ଫାଉଣ୍ଡେସନ କାର୍ଯ୍ୟରେ ଜଡିତ ରୁହନ୍ତି। ବିବାହ ପୂର୍ବରୁ ପ୍ରିୟଙ୍କା ନେଦରଲ୍ୟାଣ୍ଡରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାମ କରୁଥିଲେ। ଯେଉଁଠାରେ ତାଙ୍କୁ କୋଟି କୋଟି ଟଙ୍କା ପ୍ୟାକେଜରେ ଦରମା ମିଳୁଥିଲା। କିନ୍ତୁ ଆଜି ସେ ସାମାଜିକ ସେବାରେ ନିୟୋଜିତ ଅଛନ୍ତି। ପ୍ରିୟଙ୍କା ବି.ଟେକ କରିଥିଲେ ଏବଂ ପରେ ଆଇଟି ପ୍ରଫେସନାଲ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ।
୨୦୧୫ରେ ରାଇନା ଏବଂ ପ୍ରିୟଙ୍କା ବିବାହ କରିଥିଲେ। ଝିଅ ଗ୍ରାସିଆଙ୍କ ଜନ୍ମ ପରେ ପ୍ରିୟଙ୍କା ଭାରତ ଆସିଥିଲେ। ଏହା ପରେ ତାଙ୍କ ଝିଇଙ୍କ ନାମରେ ଏକ ଚାରିଟେବୁଲ ଫାଉଣ୍ଡେସନ ଆରମ୍ଭ କରିଥିଲେ। ଏହି ଫାଉଣ୍ଡେଶନର ମୂଳ ଉଦ୍ଦେଶ୍ୟ ହେଉଛି ଗରିବ ପିଲାମାନଙ୍କୁ ସାହାଯ୍ୟ କରିବା। ଏହି ଫାଉଣ୍ଡେସନ ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ସଶକ୍ତ କରିବା, ପିଲାମାନଙ୍କ ସହ ଜଡିତ ଆବଶ୍ୟକ ନିଷ୍ପତ୍ତି ନେବା ପାଇଁ ପ୍ରେରଣା ଯୋଗାଇଥାଏ। ଏଥିସହିତ ଗର୍ଭବତୀ ମହିଳା ଏବଂ ଜନ୍ମ ସମୟରେ ଶିଶୁକୁ ସଠିକ ଖାଦ୍ୟପେୟ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଦିଗ ବିଷୟରେ ଅବଗତ କରାନ୍ତି।

Share