Categories: ଖେଳ

ଧୋନୀ ତାଙ୍କ ଅନୁପସ୍ଥିତିରେ ସିଏସ୍‌କେ ପାଇଁ ତୃତୀୟ ସ୍ଥାନରେ ଖେଳନ୍ତୁ: ରାଇନା

ନୂଆଦିଲ୍ଲୀ,୫।୯: ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି। ପ୍ରଥମେ ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଖେଳରୁ ଓହରିଥିବା ବେଳେ ଏବେ ହରଭଜନ ମଧ୍ୟ ଟିମ୍‌ ଛାଡ଼ିଛନ୍ତି। ହେଲେ ରାଇନାଙ୍କ ଅନୁପସ୍ଥିତିକୁ ଦଳ କିପରି ପୂରଣ କରିବ ତାହା ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅପରପକ୍ଷେ ରାଇନା ସିଏସ୍‌କେର ତୃତୀୟ ସ୍ଥାନରେ ଧୋନୀ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି। ଧୋନୀଙ୍କୁ ତୃତୀୟ ସ୍ଥାନରେ ଖେଳିବା ଉଚିତ। ଏହାଦ୍ୱାରା ବ୍ୟାଟିଂରେ ନମନିୟତା ଆସିବ। ପୂର୍ବରୁ ଧୋନୀରେ ଶୀର୍ଷକ୍ରମରେ ଖେଳିଛନ୍ତି। ଏହି ସମୟରେ ଏକାଧିକ ରେକର୍ଡ ତାଙ୍କ ନାମରେ ସେ କରିଛନ୍ତି ବୋଲି ରାଇନା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ରାଇନା ସିଏସ୍‌କେର ତୃତୀୟ ସ୍ଥାନରେ ଖେଳିବାକୁ ଆସୁଥିଲେ। ହେଲେ ଏବେ ତାଙ୍କ ବିକଳ୍ପ ଖୋଜାଯାଉଛି। ବ୍ୟକ୍ତିଗତ କାରଣକୁ ନେଇ ଆଇପିଏଲ୍‌ରୁ ଓହରିବା ପରେ ଏବେ ଫେରିବା ସମ୍ଭବ ନୁହେଁ। ହେଲେ ସବୁକିଛି ଠିକ୍‌ ରହିଲେ ସେ ପୁଣିଥରେ କ୍ୟାମ୍ପରେ ଯୋଗଦେଇପାରନ୍ତି ବୋଲି କହିଛନ୍ତି।

ଧୋନୀ ୧୭ଟି ଏକଦିବସୀୟ ମ୍ୟାଚ୍‌ରେ ତୃତୀୟ ସ୍ଥାନରେ ଖେଳିଛନ୍ତି। ଏଥିରେ ସେ ୮୨.୭୫% ହିସାବରେ ୯୯୩ ରନ୍‌ କରିଛନ୍ତି। ଏଣୁ ରାଇନାଙ୍କ କହିବା ପ୍ରକାରେ ଧୋନୀ ତାଙ୍କ ସ୍ଥାନରେ ଖେଳିପାରନ୍ତି ବୋଲି କୁହାଯାଉଛି।

Share