Categories: ଖେଳ

କ୍ରିକେଟର୍‌ମାନେ ‘ଶୂନ’ରେ ଆଉଟ୍‌ ହେଲେ କେମିତି ଥାଏ ସ୍ତ୍ରୀଙ୍କ ପ୍ରତିକ୍ରିୟା

କ୍ରିକେଟର୍‌ଙ୍କ ସ୍ତ୍ରୀ ଏବଂ ଗର୍ଲଫ୍ରେଣ୍ଡ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମକୁ ଯିବା କିଛି ନୂଆ କଥା ନୁହେଁ। ଆଜିକାଲି କ୍ରିକେଟର୍‌ମାନେ ଗସ୍ତ ସମୟରେ ସାଥିରେ ଗର୍ଲଫ୍ରେଣ୍ଡ ଏବଂ ସ୍ତ୍ରୀଙ୍କୁ ନେଉଛନ୍ତି। ଏହି କାରଣରୁ ଅନେକଥର ମଧ୍ୟ ସେମାନେ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହେଉଛନ୍ତି। କେବଳ କ୍ରିକେଟର୍‌ମାନେ ନୁହେଁ, ସେମାନଙ୍କ ସ୍ତ୍ରୀମାନେ ମଧ୍ୟ ଟ୍ରୋଲର ଶିକାର ହୋଇଥାନ୍ତି। ନିକଟରେ ଏହାର ସବୁଠୁ ଅଧିକ ଶିକାର ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ହୋଇଛନ୍ତି। ଏହାସତ୍ତ୍ୱେ ଅନୁଷ୍କା ଷ୍ଟାଡିୟମରେ ଉପସ୍ଥିତ ରହି ବିରାଟଙ୍କୁ ଚିୟର କରିବା ଦେଖାଯାଏ। କିନ୍ତୁ ଜାଣନ୍ତି କି, ସ୍ବାମୀ ମାନେ କୌଣସି ମ୍ୟାଚ୍‌ରେ ଶୂନରେ ଆଉଟ୍‌ ହେଲେ ସ୍ତ୍ରୀଙ୍କ ପ୍ରତିକ୍ରିୟା କେମିତି ଥାଏ। ନିକଟରେ ଏହାର ଖୁଲାସା କରିଛନ୍ତି ଭାରତୀୟ କ୍ରିକେଟର୍‌ ସୁରେଶ ରାଇନାଙ୍କ ସ୍ତ୍ରୀ ପ୍ରିୟଙ୍କା ଚୌଧୁରୀ। ଟେଲିଭିଜନର କମେଡି ଶୋ’ ଦ କମିଲ ଶର୍ମାରେ ଉଭୟ ପହଞ୍ଚିଥିଲେ। କପିଲ ପ୍ରିୟଙ୍କାଙ୍କୁ ପଚାରିଥିଲେ ସ୍ବାମୀମାନେ କୌଣସି ମ୍ୟାଚ୍‌ରେ ଶୂନରେ ଆଉଟ୍‌ ହେଲେ ଷ୍ଟାଡିୟମରେ ଉପସ୍ଥିତ ଥିବା ସ୍ତ୍ରୀଙ୍କ ପ୍ରତିକ୍ରିୟା କେମିତି ଥାଏ। ଏହାର ଜବାବରେ ପ୍ରିୟଙ୍କା କହିଥିଲେ, ଏହାସତ୍ତ୍ୱେ ଆମେ ସମସ୍ତେ ଟିମ୍‌କୁ ସପୋର୍ଟ କରିଥାଉ। କାରଣ ଟିମ୍‌କୁ ଚିୟର କରିବା ହେଉଛି ଆମ କାମ। ଏକଥା ଶୁଣି ସୁରେଶ ରାଇନା ପରିହାସ ଛଳରେ କହିଥିଲେ, ଶୁନରେ ଆଉଟ୍‌ ହେଲେ ସ୍ତ୍ରୀଙ୍କ ମନ ଦୁଃଖ ଥାଏ କିନ୍ତୁ ସେମାନେ କୁହନ୍ତି ନାହିଁ। ସୂଚନାଯୋଗ୍ୟ, ରାଇନା ଏବେ କ୍ରିକେଟରୁ ବିରତି ନେଇ ପରିବାର ସହ ସମୟ ବିତାଉଛନ୍ତି।

 

Share