Categories: ଖେଳ

ବିଷ୍ନୋଇ ହୋଇପାରିବେ ପରବର୍ତ୍ତୀ ରଶିଦ ଖାଁ: ରାଇନା

ନୂଆଦିଲ୍ଲୀ, ୩।୨: ଯୁବ ବୋଲର ରବି ବିଷ୍ନୋଇଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା। ଯେଉଁଭଳି ଭାବେ ବିଷ୍ନୋଇ ବୋଲିଂ କରନ୍ତି ଏବଂ ତାଙ୍କ ସ୍ବଭାବ ଯେପରି, ତାକୁ ଦେଖିଲେ ସେ ଭବିଷ୍ୟତରେ ରଶିଦ ଖାଁଙ୍କ ଭଳି ହୋଇପାରିବେ ବୋଲି ରାଇନା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି।

ବିଷ୍ନୋଇଙ୍କ ବିଷୟରେ କହିଲେ, ୨୦୨୨ରେ ସେ ବେଶ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ୧୦ ମ୍ୟାଚ୍‌ରେ ସେ ୧୬ ଉଇକେଟ ହାସଲ କରିଛନ୍ତି। ୨୬ ରନ୍‌ ଦେଇ ୪ ଉଇକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା।

ସେହିଭଳି ରଶିଦଙ୍କ ବିଷୟରେ କହିବାକୁ ଗଲେ ସେ ଟି୨୦ ଫର୍ମାଟରେ ବିଶ୍ୱର ସଫଳ ବୋଲର। ୩୭୧ ମ୍ୟାଚ୍‌ରେ ସେ ୫୦୦ ଉଇକେଟ ନେଇଛନ୍ତି। ୧୭ ରନ୍‌ ଦେଇ ୬ ଉଇକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା।

Share