ରାଇନାଙ୍କୁ କେହି କିଣିଲେନି !

ବେଙ୍ଗାଲୁରୁ,୧୨।୨: ଆଇପିଏଲ୍‌-୨୦୨୨ ନିଲାମରେ କ୍ରିକେଟର ସୁରେଶ ରାଇନାଙ୍କୁ କୌଣସି ବିଡ୍‌ ମିଳିନାହିଁ। ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ କିଣିବା ଲାଗି କେହି ଆଗ୍ରହ ଦେଖାଇ ନ ଥିବାରୁ ଶନିବାର ପ୍ରଥମ ରାଉଣ୍ଡରେ ସେ ଅନ୍‌ସୋଲ୍ଡ ରହିଛନ୍ତି। ତେବେ ସେ ରବିବାର ଦ୍ୱିତୀୟ ରାଉଣ୍ଡରେ ନିଲାମ ହୋଇପାରନ୍ତି।

ରାଇନାଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ଥିଲା। ପୂର୍ବ ସିଜନରେ ସେ ଚେନ୍ନାଇ ଟିମ୍‌ର ଅଂଶବିଶେଷ ଥିଲେ। ୨୦୧୮ରୁ ସେ ଏହି ଟିମ୍‌ର ସଦସ୍ୟ ରହିଆସିଥିବା ବେଳେ ୨୦୨୧ ପର୍ଯ୍ୟନ୍ତ ଏହି ଫ୍ରାଞ୍ଚାଇଜ୍‌ର ଅଂଶବିଶେଷ ଥିଲେ। କେବଳ ୨୦୧୬ ଏବଂ ୨୦୧୭ରେ ସିଏସ୍‌କେ ଉପରେ ପ୍ରତିବନ୍ଧକ ଲଗାଯିବା ସମୟରେ ସେ ଗୁଜରାଟ ଲାୟନ୍ସ ପକ୍ଷରୁ ଖେଳିଥିଲେ। ରାଇନା ଆଇପିଏଲ୍‌ର ଅଗ୍ରଣୀ ରନ୍‌ ସ୍କୋରର ମଧ୍ୟରୁ ରାଇନା ଅନ୍ୟତମ। ସେ ୨୦୫ ମ୍ୟାଚ୍‌ରେ ୫୫୨୮ ରନ୍‌ କରିଛନ୍ତି। ତେବେ ତାଙ୍କ ବ୍ୟତିତ ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ମିଲର୍‌ ଏବଂ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ଙ୍କୁ କେହି କିଣିନାହାନ୍ତି।

Share