Categories: ଖେଳ

ନିଜକୁ ବ୍ରାହ୍ମଣ ବୋଲି କହି ଫସିଗଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଏକ ନୂଆ ବିବାଦରେ ଛନ୍ଦି ହୋଇ ପଡିଛନ୍ତି। ରାଇନା ନିଜର ଏକ ବିବୃତ୍ତି ଯୋଗୁ ସୋସିଆଲ ମିଡିଆରେ ତାଙ୍କୁ ଟାର୍ଗେଟ କରାଯାଇଛି। ଉତ୍ତରପ୍ରଦେଶରୁ ଆସିଥିବା ରାଇନାଙ୍କୁ ତାମିଲନାଡୁ ପ୍ରିମିୟର ଲିଗ (ଟିଏନ୍‌ପିଏଲ)ର ପଞ୍ଚମ ସିଜିନର ଉଦଘାଟନୀ ମ୍ୟାଚ ପାଇଁ କମେଣ୍ଟ୍ରି କରିବାକୁ ଡକା ଯାଇଥିଲା। ମନ୍ତବ୍ୟ ସମୟରେ ଏକ ପ୍ରଶ୍ନର ଉତ୍ତରରେ ରାଇନା ନିଜକୁ ବ୍ରାହ୍ମଣ ବୋଲି କହିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ରାଇନାଙ୍କୁ ଜଣେ ସମୀକ୍ଷକ ପଚାରିଥିଲେ ଯେ ସେ କିପରି ଦକ୍ଷିଣ ଭାରତୀୟ ସଂସ୍କୃତି ଗ୍ରହଣ କରିଛନ୍ତି। ଏହାର ଉତ୍ତରରେ ସୁରେଶ ରାଇନା କହିଥିଲେ, ‘ମୁଁ ଭାବୁଛି, ମୁଁ ମଧ୍ୟ ଜଣେ ବ୍ରାହ୍ମଣ। ୨୦୦୪ରୁ ମୁଁ ଚେନ୍ନାଇରେ ଖେଳୁଛି। ମୁଁ ଏଠାକାର ସଂସ୍କୃତିକୁ ଭଲ ପାଏ। ମୁଁ ମୋର ସାଥୀମାନଙ୍କୁ ଭଲ ପାଏ। ମୁଁ ଅନିରୁଦ୍ଧ ଶ୍ରୀକାନ୍ତଙ୍କ ସହ ଖେଳିଛି। ସୁବ୍ରମଣ୍ୟମ ବଦ୍ରିନାଥ ଏବଂ ଏଲ ବାଲାଜୀ ମଧ୍ୟ ସେଠାରେ ଅଛନ୍ତି। ମୁଁ ଚେନ୍ନାଇର ସଂସ୍କୃତି ପସନ୍ଦ କରେ। ମୁଁ ସୌଭାଗ୍ୟବାନ ଯେ ମୁଁ ସିଏସ୍‌କେର ଏକ ଅଂଶ । ରାଇନା ୨୦୦୮ଠାରୁ ଆଇପିଏଲ୍‌ର ପ୍ରାରମ୍ଭିକ ସଂସ୍କରଣ ଠାରୁ ସିଏସ୍‌କେ ପାଇଁ ଖେଳୁଥିଲେ।ସୋସିଆଲ ମିଡିଆରେ ୟୁଜର୍ସମାନେ ରାଇନାଙ୍କୁ ଟାର୍ଗେଟ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ଯେ ସୁରେଶ ରାଇନା ଏପରି ଜାତି ଭିତ୍ତିକ ଶବ୍ଦ ବ୍ୟବହାର କରିବା ଉଚିତ୍‌ ନୁହେଁ।
ରାଇନା ହାରାହାରି ୩୫.୩୧ରେ ଭାରତ ପାଇଁ ୨୨୬ଟି ଦିନିକିଆରେ ୫୬୧୫ରନ ସଂଗ୍ରହ କରିଥିଲେ। ସେ ୫ ଶତକ ଏବଂ ୩୫ ଅର୍ଦ୍ଧଶତକ ହାସଲ କରିଥିଲେ। ଟି -୨୦ ରେ ରାଇନା ହାରାହାରି ୨୯.୧୮ ରେ ୬୬ ଇନିଂସରେ ୧୬୦୫ ରନ ସଂଗ୍ରହ କରିଥିଲେ। ରାଇନାଙ୍କ ନାମରେ ମଧ୍ୟ ଏକ ଟି-୨୦ଶତକଅଛି। ରାଇନା ମଧ୍ୟ ୧୮ ଟି ଟେଷ୍ଟ ମ୍ୟାଚ ଖେଳିଥିଲେ ଯେଉଁଥିରେ ସେ ଏକ ଶତାବ୍ଦୀର ସାହାଯ୍ୟରେ ୭୬୮ ରନ ସ୍କୋର କରିଥିଲେ।

Share