ସୁରେଶ ଦଳାଇ ହେଲେ ଉତ୍ତରାଞ୍ଚଳ ଆର୍‌ଡିସି

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ସୁରେଶ ଚନ୍ଦ୍ର ଦଳାଇଙ୍କୁ ରାଜ୍ୟ ସରକାର ସମ୍ବଲପୁର ରାଜସ୍ବ ଡିଭିଜନ କମିଶନର(ଉତ୍ତରାଞ୍ଚଳ ଡିଭିଜନ) ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ରଞ୍ଜନ କୁମାର ଦାସଙ୍କୁ ବିଭାଗର ସଚିବ ଦାୟିତ୍ୱ ଦିଆଯାଇଛି। ଏଥିସହିତ ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏ ନେଇ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।