Categories: ଜାତୀୟ

ରାସ୍ତାରେ ବାଇକ୍‌ ଷ୍ଟଣ୍ଟ୍‌ କରୁଥିଲେ ଯୁବତୀ: ଆଉ ତା’ପରେ

ସୁରତ,୧୦।୩: ଜନବହୁଳ ରାସ୍ତାରେ ବାଇକ୍‌ ଷ୍ଟଣ୍ଟ୍‌ କରି ଗିରଫ ହୋଇଛନ୍ତି ସୁରତର ଜଣେ ଯୁବତୀ। ସୁରତର ରାସ୍ତାରେ ଯୁବତୀ ଜଣଙ୍କ ବିନା ହେଲମେଟ୍‌ରେ ବାଇକ୍‌ ଷ୍ଟଣ୍ଟ କରୁଥିଲେ। ଏମିତି କରୁଥିବାର ଭିଡିଓ କରି ସେ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଭିଡିଓ ଭାଇରାଲ ହେବା ପରେ ସଞ୍ଜନା ନାମକ ଏହି ଯୁବତୀଙ୍କୁ ପୋଲିସ ଗିରଫ କରିଥିଲା। ବାଇକ୍‌ ମାଲିକକୁ ପୋଲିସକୁ କହିଛନ୍ତି ଯେ, ସଞ୍ଜନା ମଡେଲିଂ ଏବଂ ଫଟୋଗ୍ରାଫି ପାଇଁ ବାଇକ୍‌ ବ୍ୟବହାର କରନ୍ତି। ବାରଡୋଲିରେ ରହୁଥିବା ସଞ୍ଜନା ପୂର୍ବରୁ ମଧ୍ୟ ସୁରତରେ ବାଇକ୍‌ରେ ଷ୍ଟଣ୍ଟର ଭିଡିଓ ତିଆରି କରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ କରୁଥିଲେ। ଏହାସହ ମଡେଲିଂ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରନ୍ତି। ପୋଲିସ ସଞ୍ଜନାରେ ପହଞ୍ଚି ସଞ୍ଜନାଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଥିଲା।

Share