Posted inଜାତୀୟ

ଯୁବବର୍ଗଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ,୧୬।୧୨: ଦେଶର ଯୁବକମାନଙ୍କ ମଧ୍ୟରେ ବଢୁଥିବା ନିଶା ସେବନ ଉପରେ ସୋମବାର ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଏବଂ ଯୁବକମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ଡ୍ରଗ୍ସ ଗ୍ରହଣ କରିବା ଆଦୌ ଠିକ୍‌ ନୁହେଁ। ଡ୍ରଗ୍ସ ଚୋରା ଚାଲାଣ ଅଭିଯୁକ୍ତ ଅଙ୍କୁଷ ଭିପନ କପୁରଙ୍କ ବିରୋଧରେ ଏନଆଇଏ ତଦନ୍ତକୁ ଅନୁମୋଦନ ଦେଇଥିବା ବେଳେ ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ଏନ କୋଟିଶ୍ୱର ସିଂଙ୍କ ଏକ ବେଞ୍ଚ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଅଙ୍କୁଶ ପାକିସ୍ତାନରୁ ଭାରତକୁ ସମୁଦ୍ର ମାର୍ଗ ଦେଇ ହେରୋଇନ ଚୋରା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।
ଡ୍ରଗ୍ସ ବ୍ୟବହାରର ସାମାଜିକ ତଥା ଅର୍ଥନୈତିକ ବିପଦ ସହିତ ମାନସିକ ବିପଦ ମଧ୍ୟ ରହିଛି ବୋଲି ଜଷ୍ଟିସ ନାଗରତ୍ନା ଚେତାବନୀ ଦେଇଛନ୍ତି। ଏହି କାରଣରୁ ଦେଶର ଯୁବକମାନେ ଉଜ୍ଜ୍ୱଳତା ହରାଇ ପାରନ୍ତି। ଯୁବକମାନଙ୍କ ମଧ୍ୟରେ ବଢୁଥିବା ନିଶା ସେବନ ବିରୋଧରେ ତୁରନ୍ତ ସାମୂହିକ ପଦକ୍ଷେପ ନେବାକୁ ବେଞ୍ଚ ନିର୍ଦ୍ଦେଶ ଦେଇଛି। ମାତାପିତା, ସମାଜ ଏବଂ ସରକାର ଏକାଠି ହୋଇ ଏହି ସମସ୍ୟାର ମୁକାବିଲା କରିବାକୁ କୋର୍ଟ କହିଛନ୍ତି।
ସମସ୍ୟାରୁ ଦୂରେଇ ରହିବା ମନୋଭାବକୁ ନେଇ ଉଦବେଗ ପ୍ରକାଶ କରି ବେଞ୍ଚ କହିଛନ୍ତି ଯେ ଏହି ଗୁରୁତର ବିପଦ ବିରୋଧରେ ସମସ୍ତଙ୍କୁ ଏକଜୁଟ ହେବାକୁ ପଡ଼ିବ। ବିଶେଷକରି ଏହି ଆହ୍ବାନର ମୁକାବିଲା ପାଇଁ ଉଦ୍ୟମ କରିବାକୁ ଯୁବକମାନଙ୍କୁ ନିବେଦନ କରାଯାଇଥିଲା। ବେଞ୍ଚ କହିଛନ୍ତି ଯେ ନିଶା ସେବକଙ୍କୁ ସହାନୁଭୂତି ଏବଂ ପ୍ରେମ ସହ ଚିକିତ୍ସା କରିବାର ଆବଶ୍ୟକତା ରହିଛି। ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ରୋଜଗାର ଉପରେ ଆକ୍ରମଣ କରିବାର ଆବଶ୍ୟକତା ରହିଛି। ଡ୍ରଗ୍ସର ଅଭ୍ୟାସକୁ ବନ୍ଦ କରାଯିବା ଉଚିତ ଏବଂ ଯୁବକମାନଙ୍କୁ ଏହାର ବିପଦ ବିଷୟରେ ଅବଗତ କରାଯିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ବଢିବ କି ପେଟ୍ରୋଲ-ଡିଜେଲ ମୂଲ୍ୟ? କେନ୍ଦ୍ର ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ବୋଲି ଆଲୋଚନା ହେଉଛି। ଏହା ଭବିଷ୍ୟତରେ…

ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ମୋଦି, ନିଜ ନାଁରେ କଲେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳକୁ ମିଶାଇ ମୋଟ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri