Posted inଜାତୀୟ

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ମହିଳା ଯେଉଁ ଧର୍ମର ହୁଅନ୍ତୁନା କାହିଁକି ସମସ୍ତଙ୍କ ପାଇଁ ଲାଗୁ ହେବ ଏହି ଆଇନ

ନୂଆଦିଲ୍ଲୀ,୨୬।୯: ଘରୋଇ ହିଂସା ଆଇନ ଉପରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଘରୋଇ ହିଂସା ଆଇନ ୨୦୦୫ ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରଯୁଜ୍ୟ। ମହିଳାଙ୍କ ଧାର୍ମିକ ସମ୍ବନ୍ଧ ଏବଂ ସାମାଜିକ ପୃଷ୍ଠଭୂମି ନିର୍ବିଶେଷରେ ଯାହା ବି ହେଉ।
ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଏନ. କୋଟିସ୍ବରଙ୍କ ଡିଭିଜନ ବେଞ୍ଚ କହିଛି ଯେ ୨୦୦୫ରେ ଆସିଥିବା ଆଇନ ପ୍ରତ୍ୟେକ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେଇଥାଏ। ରକ୍ଷଣାବେକ୍ଷଣ ଏବଂ କ୍ଷତିପୂରଣ ବାବଦରେ କର୍ନାଟକ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ଜଣେ ମହିଳାଙ୍କ ଦ୍ୱାରା ଦିଆଯାଇଥିବା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ପ୍ରଦାନ କରିଛନ୍ତି। ମହିଳା ଅଧିନିୟମର ଧାରା ୧୨ ଅନୁଯାୟୀ ଏକ ପିଟିସନ ଦାଖଲ କରିଥିଲେ।
ଏହାପୂର୍ବରୁ, ଫେବୃଆରୀ ୨୦୧୫ରେ ଜଣେ ମାଜିଷ୍ଟ୍ରେଟ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କୁ ମାସିକ ୧୨,୦୦୦ଏବଂ ୧ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମହିଳାଙ୍କ ସ୍ବାମୀ ୨୦୧୫ଆଦେଶ ବିରୋଧରେ ଏକ ଆବେଦନ କରିଥିଲେ। ଏହି ଆଦେଶକୁ ପରିବର୍ତ୍ତନ କରିବା ପାଇଁ ସ୍ବାମୀ ଆଇନର ଧାରା ୨୫ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିଥିଲେ, ଯାହାକୁ ଖାରଜ କରାଯାଇଥିଲା। ଏହା ପରେ ସ୍ବାମୀ ଆପିଲ କୋର୍ଟରେ ତାଙ୍କ ଦାବି ଉପସ୍ଥାପନ କରିଥିଲେ। ଏହାକୁ ଗ୍ରହଣ କରି ଅପିଲିୟ କୋର୍ଟ ଉଭୟ ପକ୍ଷଙ୍କୁ ସେମାନଙ୍କର ପ୍ରମାଣ ଆଣିବାକୁ ଏବଂ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବାକୁ କହିଥିଲେ।
ଏହା ପରେ ମହିଳା ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ସ୍ବାମୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ବିଚାର କରିବାକୁ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ପିଡୀତ ବ୍ୟକ୍ତି ଆଇନର ଧାରା ଅନୁଯାୟୀ ଦିଆଯାଇଥିବା ଆଦେଶର ପରିବର୍ତ୍ତନ, ସଂଶୋଧନ କିମ୍ବା ବାତିଲ କରବାକୁ ଦାମି କରିପାରିବେ, କିନ୍ତୁ ପରିସ୍ଥିତିରେ ପରିବର୍ତ୍ତନ ଆସିଲେ ହିଁ ଏହା ସମ୍ଭବ। ଏହି ପରିପ୍ରେକ୍ଷୀରେ, ମାଜିଷ୍ଟ୍ରେଟ କେବଳ ଆଦେଶକୁ ବାତିଲ କିମ୍ବା ସଂଶୋଧନ କରିପାରିବେ ଯଦି ସେ ବିଶ୍ୱାସ କରନ୍ତି ଯେ ପରିସ୍ଥିତିରେ ପରିବର୍ତ୍ତନ ଆସିଛି ଏବଂ ଆଦେଶରେ ସଂଶୋଧନ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri