Categories: ଜାତୀୟ

ଆଇପିଏସ୍‌ ରାଜୀବ କୁମାରଙ୍କୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୧୭।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ଥିବା ତଥା କୋଲକତା ପୋଲିସର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ଶକ୍ତ ଧକ୍କା ଲାଗିଛି। ସାରଦା ଚିଟଫଣ୍ଡ ଘୋଟାଲା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ୱାରା ରାଜୀବଙ୍କ ଉପରେ ଥିବା ଗିରଫଦାରି ସୁରକ୍ଷା ପ୍ରତ୍ୟାହାର କରି ଉପଯୁକ୍ତ ଅଦାଲତରୁ ଆଗୁଆ ଜାମିନ ଆଣିବାକୁ ୭ ଦିନ ସମୟ ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ ରାଜୀବ କୁମାରଙ୍କୁ ଅସ୍ଥାୟୀ ସୁରକ୍ଷା ଦେଉଥିବା ଫେବୃୟାରୀ ୫ର ଆଦେଶ ଶୁକ୍ରବାର ଠାରୁ ୭ ଦିନ ଯାଏଁ ବଳବତ୍ତର ରହିବ। ସେ ସମୟ ମଧ୍ୟରେ ସେ ଉପଯୁକ୍ତ ଅଦାଲତକୁ ଯାଇ ଆଇନଗତ ପ୍ରତିକାର ପାଇଁ ବ୍ୟବସ୍ଥା କରିପାରିବେ। ନଚେତ୍‌ ୭ ଦିନ ପରେ ସିବିଆଇ ତାଙ୍କୁ ଗିରଫ କରିପାରିବ।

Share