Categories: ଜାତୀୟ

ଅତିକ୍‌- ଅଶ୍ରଫ୍‌ ହତ୍ୟା ମାମଲା: ଏପ୍ରିଲ ୨୪ରେ ଶୁଣାଣି

ନୂଆଦିଲ୍ଲୀ,୧୮।୪: ଗ୍ୟାଙ୍ଗଷ୍ଟର ଅତିକ୍‌ ଅହମ୍ମଦ- ଅଶ୍ରଫ୍‌ ଅହମ୍ମଦଙ୍କ ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନର ଶୁଣାଣି ଏପ୍ରିଲ ୨୪ରେ ହେବ ବୋଲି ଜଣାପଡିଛି। ଆବେଦନକାରୀ ବିଶାଲ ତିୱାରୀ ସୁପ୍ରିମକୋର୍ଟଙ୍କୁ ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି। ତେବେ ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ଼ କହିଛନ୍ତି ଯେ, ସେ ଏପ୍ରିଲ ୨୪ରେ ଏହି ମାମଲାର ଶୁଣାଣି କରିବେ।

ପୋଲିସ ହେପାଜତରେ ଅତିକ୍‌- ଅଶ୍ରଫ୍‌ଙ୍କ ହତ୍ୟା ଘଟଣାର ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଛି। ଜନସ୍ବାର୍ଥ ମାମଲାରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏକ ନିରପେକ୍ଷ ତଦନ୍ତ ଦାବି କରାଯାଇଛି।

Share