ଦୁଇଟି ରାଜ୍ୟରେ ବ୍ୟାନ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲେ ‘ଦ କେରଲା ଷ୍ଟୋରି’ର ମେକର୍ସ, କହିଲେ ପ୍ରତିଦିନ ହେଉଛି କ୍ଷତି

ନୂଆଦିଲ୍ଲୀ,୧୦।୫: ବଲିଉଡ ମୁଭି ‘ଦ କେରଲା ଷ୍ଟୋରି’କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ଏବେ ଫିଲ୍ମର ପ୍ରଦର୍ଶନ ଉପରେ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ବ୍ୟାନ ଲାଗିବା ପରେ ଏହାକୁ ବିରୋଧ କରି ଫିଲ୍ମ ନିର୍ମାତାଙ୍କ ଆବେଦନକୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ରଖିଛନ୍ତି। ଖୁବଶୀଘ୍ର ଏହାର ଶୁଣାଣି ଦାବିକରି କହିଛନ୍ତି, ଆମର ପ୍ରତିଦିନ କ୍ଷତି ହେଉଛି। ଏହା ଉପରେ ସିଜେଆଇ ମାମଲାର ଶୁଣାଣି ୧୨ ମେ’ରେ କରାଯିବ ବୋଲି କହିଛନ୍ତି।

Share