Categories: ଜାତୀୟ

ସୁପ୍ରିମକୋର୍ଟ ଗଲେ ରିପବ୍ଲିକ ଟିଭି ସିଏଫ୍‌ଓ

ନୂଆଦିଲ୍ଲୀ,୧୧।୧୦: ଟିଭି ରେଟିଂ ପଏଣ୍ଟ (ଟିଆର୍‌ପି) ଦୁର୍ନୀତିକୁ ନେଇ ମୁମ୍ବାଇ ପୋଲିସ ପକ୍ଷରୁ ଅକ୍ଟୋବର ୯ରେ ସମନ ଜାରି କରାଯିବା ପରେ ଏହାକୁ ବିରୋଧ କରି ରିପବ୍ଲିକ ଟିଭିର ସିଏଫ୍‌ଓ ଶିବ ସୁନ୍ଦରମ୍‌ ସୁପ୍ରିମକୋର୍ଟ ଯାଇଛନ୍ତି। ମୁମ୍ବାଇ ପୋଲିସକୁ ଅଟକାଇବା ସହ ମାମଲାର ଶୀଘ୍ର ଶୁଣାଣି ଲାଗି ସେ ନିବେଦନ କରିଛନ୍ତି। ପ୍ରକାଶଥାଉ କି, ସୁଦର୍ଶନ ଓ ଅନ୍ୟ ୨ ଆଡଭଟାଇଜିଂ ଏଜେନ୍ସିଂ ମୁଖ୍ୟଙ୍କୁ ଶନିବାର ପୂର୍ବାହ୍ନ ୧୧ଟାରେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେବା ସହ ସେମାନଙ୍କ ବୟାନ ରେକର୍ଡ ଲାଗି କୁହାଯାଇଥିଲା। ରିପବ୍ଲିକ ଟିଭି, ଇଣ୍ଡିଆ ଟୁଡେ ଟିଭି, ଫକ୍ତ ମରାଠୀ ଓ ବକ୍ସ ସିନେମାକୁ ପୋଲିସ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ତେବେ ସମସ୍ତ ଅଭିଯୋଗ ଅମୂଳକ ବୋଲି ରିପବ୍ଲକ ଟିଭିର ଏଡିଟର ଇନ୍‌ ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀ କହିଥିଲେ। ମୁମ୍ବାଇ ପୋଲିସ କମିଶନର ପରମ୍‌ବୀର ସିଂଙ୍କ ବିରୋଧରେ ଆପରାଧିକ ମାନହାନି ମାମଲା ରୁଜୁକରିବା ଲାଗି ଧମକ ଦେଇଥିଲେ।

Share