Categories: ଜାତୀୟ

ଅଶ୍ଳୀଳ ଭିଡ଼ିଓ ନେଇ ସୁପ୍ରିମ୍‌କୋର୍ଟ କଠୋର, ଟୁଇଟର-ଫେସବୁକ୍‌ ସମେତ ସୋସିଆଲ ମିଡିଆ କମ୍ପାନୀଙ୍କୁ ରିପୋର୍ଟ ତଲବ…

ନୂଆଦିଲ୍ଲୀ, ୧୯।୯ : ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶିଶୁ ଅଶ୍ଳୀଳତା ଏବଂ ବଳାତ୍କାର ଭିଡିଓ ଅପଲୋଡ ବନ୍ଦ କରିବାକୁ ଚେଷ୍ଟା କରିବା ମାମଲାରେ ସୁପ୍ରିମକୋର୍ଟ ଫେସବୁକ, ଟୁଇଟର ସମେତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀକୁ ୬ ସପ୍ତାହ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏହା ସହିତ କୋର୍ଟ ମଧ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେମାନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶିଶୁ ଅଶ୍ଳୀଳତା ଏବଂ ବଳାତ୍କାର ଭିଡିଓ ବନ୍ଦ କରିବା ପାଇଁ ସେମାନଙ୍କ ଦ୍ୱାରା କି ପଦକ୍ଷେପ ନିଆଯାଇଛି ବୋଲି କୋର୍ଟ ଜାଣିବାକୁ ଚାହିଁଛନ୍ତି। କୋର୍ଟଙ୍କ ରିପୋର୍ଟ ତଲବ ଆଧାରରେ ଫେସବୁକ, ଟୁଇଟର ସମେତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀଗୁଡିକ ଉପରେ କେନ୍ଦ୍ର ସରକାର ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବେ।

Share