Posted inଜାତୀୟ

ମଣିପୁର ଡିଜିପିଙ୍କୁ ସୁପ୍ରିମକୋର୍ଟ ସମନ

ନୂଆଦିଲ୍ଲୀ,୨ା୮: ମଣିପୁରରେ ଆଇନ ଶୃଙ୍ଖଳା ଓ ସାମ୍ବିଧାନିକ କଳ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିପଡ଼ିଥିବା ଦର୍ଶାଇ ମଙ୍ଗଳବାର ସୁପ୍ରିମକୋର୍ଟ ରାଜ୍ୟ ପୋଲିସକୁ ଜାତିଆଣ ହିଂସାର ତଦନ୍ତରେ ମନ୍ଥରତା ଓ ଶିଥିଳତା ପାଇଁ ଭର୍ତ୍ସନା କରିଛନ୍ତି। ବିଶେଷକରି ମହିଳା ବିରୋଧୀ ହିଂସା ମାମଲାରେ ପୋଲିସର ନିଷ୍କ୍ରିୟତାକୁ କଡ଼ା ନିନ୍ଦା କରି ମଣିପୁର ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଆସନ୍ତା ୭ରେ ଜବାବ ଦାଖଲ ପାଇଁ ସମନ କରିଛନ୍ତି।
ଜାତିଆଣ ହିଂସା ସମ୍ପର୍କିତ କେତେକ ପିଟିଶନର ଶୁଣାଣି କରି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ରାଜ୍ୟର ସ୍ଥିତି ଅନୁଧ୍ୟାନ, ଥଇଥାନ ଓ ପୁନର୍ବାସ ସମେତ ତଦନ୍ତ ଯେପରି ଠିକ୍‌ ବାଟରେ ଯିବ ତାହା ସୁନିଶ୍ଚିତ କରିବା ସକାଶେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ଯାଉଛନ୍ତି। ଜଷ୍ଟିସ୍‌ ଜେ.ବି. ପର୍‌ଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ପୋଲିସ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ ଯେ, ୬,୫୨୩ ମାମଲା ରୁଜୁ ହୋଇଛି। ସେଥିରୁ ୧୧ଟି ମାମଲା ମହିଳା ଓ ଶିଶୁ ବିରୋଧୀ ଅପରାଧ। ମେ’ ୪ରେ ୨ କୁକି ମହିଳାଙ୍କୁ ଉଲଗ୍ନ ପରେଡ୍‌ କରାଇ ଗଣବଳାତ୍କାର କରିବା ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି। ଶୀର୍ଷ ଅଦାଲତଙ୍କ ନିକଟରେ ଦାଖଲ କରାଯାଇଥିବା ଷ୍ଟାଟସ୍‌ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସ ଦେବ ଗରିବଙ୍କୁ ଲାଇଫ୍‌ଲାଇନ୍‌’

ନୂଆଦିଲ୍ଲୀ,୧୪।୫: ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପରସ୍ପରକୁ କଟାକ୍ଷ କରିବା ଜାରି ରହିଛି। ଦଳଗୁଡ଼ିକ ନିଜର ଯୋଜନାଗୁଡ଼ିକର ପ୍ରଚାର ପ୍ରସାର ଲାଗି...

ଜମିବ ନିର୍ବାଚନୀ ପ୍ରଚାର, ଆସନ୍ତକାଲି ଓଡ଼ିଶା ଆସୁଛନ୍ତି ଶାହା-ନଡ୍ଡା-ରାହୁଲ

ଭୁବନେଶ୍ୱର,୧୪।୫: ଓଡ଼ିଶା ଆସୁଛନ୍ତି କେନ୍ଦ୍ରର ହେଭିଓ୍ବେଟ ନେତା। କରିବେ ମାରାଥନ ପ୍ରଚାର ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ। ଓଡ଼ିଶା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ...

‘କୌଣସି ଦଳକୁ ସମର୍ଥନ ଦେବୁ ନାହିଁ’; ଘୋଷଣା କରି ଭାଜପାକୁ ବଡ଼ ଝଟ୍‌କା ଦେଲେ…

ଲକ୍ଷ୍ନୌ,୧୪।୫: ଉତ୍ତରପ୍ରଦେଶ ଜନସତ୍ତା ଦଳ(ଗଣତାନ୍ତ୍ରିକ) ମୁଖ୍ୟ ରାଜା ଭୈୟା ଲୋକ ସଭା ନିର୍ବାଚନରେ କୌଣସି ଦଳକୁ ସମର୍ଥନ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ନିଜର...

୫୨ ସଂସ୍ଥା ବ୍ଲାକଲିଷ୍ଟ, ୧.୮୬ ଲକ୍ଷ ମୋବାଇଲ ବ୍ଲକ; ଟେଲିକମ୍‌ ବିଭାଗ ନେଲା ବଡ଼ ପଦକ୍ଷେପ…

ନୂଆଦିଲ୍ଲୀ,୧୪।୫: ସାଇବର ଅପରାଧକୁ ରୋକିବା ଲାଗି ଟେଲିକମ୍‌ ବିଭାଗ ଅନେକ ପଦକ୍ଷେପ ନେଇଛି। ଲୋକଙ୍କୁ ଠକିବା ଲାଗି ଏସ୍‌ଏମ୍‌ଏସ୍‌ ପଠାଇବା ସହ ଜଡ଼ିତ ୫୨ ପ୍ରମୁଖ...

ନିର୍ବାଚନ ପରେ ଗ୍ରାହକଙ୍କୁ ବଡ଼ ଝଟ୍‌କା, ୫୦ରୁ ୨୫୦ ଯାଏଁ ମହଙ୍ଗା ହେବ ମୋବାଇଲ ରିଚାର୍ଜ!

ନୂଆଦିଲ୍ଲୀ,୧୪।୫: ଲୋକ ସଭା ନିର୍ବାଚନ ପରେ କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ ଏକ ବଡ଼ ଝଟକା ଳାଗିବାକୁ ଯାଉଛି। ସୂଚନା ଅନୁଯାୟୀ, ଟେଲିକମ କମ୍ପାନୀଗୁଡିକ ମୋବାଇଲ...

୮ ମାମଲା, ୧୭ କୋଟିର ଋଣ, ୬ କିଲୋ ସୁନା, ୫୦ ଏଲ୍‌ଆଇସି ପଲିସି…ଜାଣନ୍ତୁ ଭାଜପାରୁ ପ୍ରାର୍ଥୀ ସାଜିଥିବା କଙ୍ଗନାଙ୍କ ସମ୍ପତ୍ତିରେ ଅଛି କ’ଣ କ’ଣ?

ନୂଆଦିଲ୍ଲୀ,୧୪।୫: ଚଳିତ ନିର୍ବାଚନରେ ପ୍ରାର୍ଥୀ ସାଜିଥିବା ବଲିଉଡ୍‌ ଅଭିନେତାଙ୍କ ବିରୋଧରେ ଚାଲିଛି ୮ ମାମଲା। ତାଙ୍କ ପାଖରେ ଏକାଧିକ ଫ୍ଲାଟ, ମୁମ୍ବାଇରେ ଘର ଏବଂ ମନାଲିରେ...

ବଢୁଛି ମୋଦିଙ୍କ ସମ୍ପତ୍ତି,ଏବେ ଏତେ କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବାରାଣସୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ସେ ତାଙ୍କ ସମ୍ପତ୍ତି ବିବରଣୀ ମଧ୍ୟ...

ରାଜ୍ୟପାଳଙ୍କ ଅଡ଼ୁଆ ବଢ଼ିଲା, ଏବେ ନୃତ୍ୟଶିଳ୍ପୀ ଆଣିଲେ ଦିଲ୍ଲୀ ନେଇ ଅସଦାଚରଣ କରିଥିବା ଅଭିଯୋଗ

କୋଲକାତା,୧୪।୫: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦଙ୍କ ଅଡ଼ୁଆରେ ବଢ଼ିବାରେ ଲାଗିଛି। ଏବେ ତାଙ୍କ ଉପରେ ଜଣେ ନୃତ୍ୟଶିଳ୍ପୀ ଅସଦାଚରଣ ଭଳି ବଡ଼ ଅଭିଯୋଗ ଆଣିଛନ୍ତି। ନୃତ୍ୟଶିଳ୍ପୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri