Categories: ଜାତୀୟ

ସିବିଆଇ ତଦନ୍ତ ଅଟକାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୪ା୩: ଭାରତର ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ର କେତେଜଣ ବିଧାୟକଙ୍କୁ କିଣିବା ପାଇଁ ଉଦ୍ୟମ ପଛରେ ଆପରାଧିକ ଷଡ଼ଯନ୍ତ୍ର ଥିବା ଭାଜପାର ଅଭିଯୋଗ ଉପରେ ତଦନ୍ତକୁ ସ୍ଥଗିତ ରଖିବା ନିମନ୍ତେ ସୁପ୍ରିମକୋର୍ଟ ସୋମବାର ସିବିଆଇକୁ କହିଛନ୍ତି। ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ତେଲଙ୍ଗାନା ପୋଲିସର ଅପିଲ୍‌ ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇରେ ହେବାକୁ ଥିବାରୁ ସିବିଆଇ ତଦନ୍ତରେ ଆଗକୁ ବଢ଼ିବା ଉଚିତ ନୁହେଁ ବୋଲି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଏମ୍‌.ଏମ୍‌. ସୁନ୍ଦ୍ରେଶଙ୍କ ଖଣ୍ଡପୀଠ ଟିପ୍ପଣୀ ଦେଇଥିଲେ। ତେଲଙ୍ଗାନା ପୋଲିସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ ଉପସ୍ଥିତ ରହି ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆଯିବାକୁ ବିରୋଧ କରିଥିଲେ। ମାମଲା ଏପର୍ଯ୍ୟନ୍ତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇ ନାହିଁ। ମାମଲା ବିଚାରାଧୀନ ଥିବାରୁ ସିବିଆଇ ତଦନ୍ତ କରିବା ଆବଶ୍ୟକ ନାହିଁ ବୋଲି ଖଣ୍ଡପୀଠ କହିଥିଲେ।

Share