Posted inଜାତୀୟ

ଯୁବପିଢ଼ିଙ୍କ ମୁଣ୍ଡ ଖରାପ କରୁଛନ୍ତି ଏକତା

ନୂଆଦିଲ୍ଲୀ,୧୫।୧୦: ପ୍ରଯୋଜିକା ଏକତା କପୁରଙ୍କ ଓ୍ବେବ୍‌ ସିରିଜ୍‌ ‘XXX’ ରେ ଆପତ୍ତିଜନକ କଣ୍ଟେଣ୍ଟକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି। ଏକତା ଭାରତର ଯୁବପିଢ଼ିଙ୍କ ମସ୍ତିଷ୍କକୁ ପ୍ରଦୂଷିତ କରୁଥିବା ଶୀର୍ଷ ଅଦାଲତ କହିଛନ୍ତି। ଏକତାଙ୍କ ଓଭର୍‌ ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମ ଅଲ୍ଟ ବାଲାଜୀରେ ପ୍ରସାରିତ ଉକ୍ତ ଓ୍ବେବ୍‌ ସିରିଜର ସିଜନ୍‌-୨ରେ ଯବାନମାନଙ୍କୁ ଅପମାନିତ ଓ ସେମାନଙ୍କ ପରିବାରର ଭାବାବେଗକୁ କୁଠାରାଘାତ କରାଯାଇଥିବା ଅଭିଯୋଗ ଆଣି ବିହାରର ବେଗୁସରାଇସ୍ଥିତ ଏକ କୋର୍ଟରେ ପିଟିଶନ ଦାଖଲ କରାଯାଇଛି। ପୂର୍ବତନ ସୈନିକ ଶମ୍ଭୁ କୁମାରଙ୍କ ଆବେଦନକ୍ରମେ ବେଗୁସରାଇ କୋର୍ଟ ଏକତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛନ୍ତି।
କପୁରଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହେବା ପରେ ସେ ପାଟନା ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ଏହାର ଶୁଣାଣି ହେଉ ନ ଥିବାରୁ ଏକତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପାଟନା ହାଇକୋର୍ଟରେ ଦାଖଲ ପିଟିଶନର ଶୁଣାଣି ଏତେ ଶୀଘ୍ର ହେବାକୁ ଯାଉନାହିଁ ବୋଲି ଏକତାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ସୁପ୍ରିମକୋର୍ଟଙ୍କୁ କହିଥିଲେ। ଜଷ୍ଟିସ୍‌ ଅଜୟ ରୋହତଗୀ ଏବଂ ସି.ଟି. ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା ଉପରେ କହିଛନ୍ତି, କିଛି ଗୋଟେ କରିବାକୁ ପଡ଼ିବ। ତୁମେ ଭାରତୀୟ ଯୁବପିଢ଼ିଙ୍କ ମୁଣ୍ଡ ଖରାପ କରୁଛ। ଓଟିଟି କଣ୍ଟେଣ୍ଟ ସମସ୍ତଙ୍କ ପାଇଁ ଉପଲବ୍ଧ। ତୁମେ ଲୋକଙ୍କୁ କିପରି ଜିନିଷ ଦେଖିବାକୁ ଦେଉଛ? ଉତ୍ତରରେ ମୁକୁଲ ରୋହତଗୀ କହିଥିଲେ, ଏକତାଙ୍କ ଓ୍ବେବ୍‌ ସିରିଜ୍‌ର କଣ୍ଟେଣ୍ଟ ହେଉଛି ସବ୍‌ସ୍କ୍ରିପ୍‌ଶନଭିତ୍ତିକ। ଦେଶରେ କିଏ କ’ଣ ଦେଖିବେ ତାହା ସମ୍ପୃକ୍ତ ଦର୍ଶକଙ୍କ ସ୍ବାଧୀନତା। ଖଣ୍ଡପୀଠ କହିଥିଲେ, ଯେଉଁମାନେ ସ୍ବର ଉତ୍ତୋଳନ କରିପାରନ୍ତି ସେମାନଙ୍କ ପାଇଁ ଏହି ଅଦାଲତ ଉଦ୍ଦିଷ୍ଟ ନୁହେଁ। ପାଟନାର ଜଣେ ଓକିଲଙ୍କ ଜରିଆରେ ହାଇକୋର୍ଟରେ ବିଚାରାଧୀନ ମାମଲାର ସ୍ଥିତି ସମ୍ପର୍କରେ ଜାଣିବାକୁ ଏକତାଙ୍କ ଉଦ୍ଦେଶ୍ୟରେ ଖଣ୍ଡପୀଠ ରୋହତଗୀଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri