Posted inଜାତୀୟ

କେନ୍ଦ୍ର, ଇସିଆଇକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫ା୧୧ :ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ବେନାମୀ ଚାନ୍ଦା ବିରୋଧରେ ଦାଏର ପିଟିଶନ ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର ଏବଂ ଭାରତର ନିର୍ବାଚନ କମିଶନ (ଇସିଆଇ) ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି।

ରାଜନୈତିକ ଦଳଙ୍କୁ ୨,୦୦୦ ଟଙ୍କାରୁ କମ୍‌ ପରିମାଣର ଚାନ୍ଦା ଦେଉଥିବା ବ୍ୟକ୍ତିଙ୍କ ନାମ ଉଲ୍ଲେଖ ରହୁ ନ ଥିବାରୁ ଆୟକର ଆଇନରେ ଥିବା ଏଭଳି ବ୍ୟବସ୍ଥାର ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସ୍ବଚ୍ଛତା ଅଭାବରୁ ନିର୍ବାଚନୀ ପ୍ରକ୍ରିୟାର ପବିତ୍ରତା ନଷ୍ଟ ହେଉଛି। ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦାର ଉତ୍ସ ସମ୍ପର୍କରେ ଭୋଟରମାନେ ଜାଣିବାରୁ ବଞ୍ଚତ୍ତ ହେଉଛନ୍ତି। କିଏ କେଉଁ ଉଦ୍ଦେଶ୍ୟରେ ଚାନ୍ଦା ଦେଉଛନ୍ତି ତାହା ଜଣାପଡ଼ୁନାହିଁ। ଫଳରେ ମତଦାନ ବେଳେ ଭୋଟରମାନେ ତର୍କସଙ୍ଗତ, ବୁଦ୍ଧିମାନ ଭାବେ ନିଷ୍ପତ୍ତି ନେଇପାରୁ ନାହାନ୍ତି ବୋଲି ପିଟିଶନ୍‌ରେ ଦର୍ଶାଯାଇଛି।

ରାଜନୈତିକ ଦଳର ପଞ୍ଜୀକରଣ ପାଇଁ ସର୍ତ୍ତାବଳୀ ଉଲ୍ଲେଖ କରିବା ଏବଂ କୌଣସି ଚାନ୍ଦା ଗ୍ରହଣ କରି ନ ଥବା କୌଣସି ଦଳକୁ ରାଜନୈତିକ ଚିହ୍ନ ମଞ୍ଜୁରୀ ପ୍ରଦାନ ଲାଗି ଇସିଆଇଙ୍କୁ ନିର୍ଦ୍ଦେଶ ଦେବାକୁ ପିଟିଶନ୍‌ରେ ନିବେଦନ କରାଯାଇଛି। ଜଷ୍ଟିସ୍‌ ବିକ୍ରମ ନାଥ ଏବଂ ସନ୍ଦୀପ୍‌ ମେହେଟ୍ଟା ଉକ୍ତ ପିଟିଶନ୍‌ର ଶୁଣାଣି ୪ ସପ୍ତାହ ପରେ କରିବାକୁ ଧାର୍ଯ୍ୟ କରିଛନ୍ତି। ତେବେ ଆବେଦନକାରୀ ଖେମସିଂ ଭଟ୍ଟି ଏବଂ ସ୍ନେହା କଲିତା ପ୍ରଥମେ ହାଇକୋର୍ଟ ଗଲେନି କାହିଁକି ବୋଲି ଖଣ୍ଡପୀଠ ସେମାନଙ୍କ ଓକିଲ ବିଜୟ ହଂସାରିଆଙ୍କୁ ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri