Categories: ଜାତୀୟ

ପ୍ରତିବାଦ ବେଳେ ରାସ୍ତା ଅବରୋଧ ମନା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୪: ଧାରଣା ପ୍ରଦର୍ଶନ ସମୟରେ ରାସ୍ତା ଜାମ୍‌ ଯୋଗୁ ଲୋକଙ୍କୁ ହେଉଥିବା ସମସ୍ୟାକୁ ନେଇ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଏବ ବଡ଼ ରାୟ ଶୁଣାଇଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ସାର୍ବଜନୀନ ସ୍ଥାନରେ ଓ ରାସ୍ତା ଉପରେ ଧାରଣା ପ୍ରଦର୍ଶନ ସମୟରେ ରାସ୍ତାରୋକୋ କରାଯାଇପାରିବ ନାହିଁ। ଏଥିଯୋଗୁ ବହୁ ସମୟସ୍ୟା ଦେଖାଯାଉଥିବା ବେଳେ ଯାତାୟତ ପ୍ରଭାବିତ ହେଉଛି। ରାସ୍ତାରେ ଯାତାୟତ ବିନା କୌଣସି ବାଧାରେ କରିବା ଉଚିତ୍‌ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ନୋଏଡାର ଜଣେ ମହିଳାଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। କାରଣ ରାସ୍ତା ଉପରେ ଧାରଣା ପ୍ରଦର୍ଶନ ଯୋଗୁ ନୋଏଡା ଓ ଦିଲ୍ଲୀ ଭିତରେ ଥିବା ରାସ୍ତା ବେଶ୍‌ ପ୍ରଭାବିତ ହେଉଛି। ଯାତାୟତ ସୂଚାରୁରୂପେ ହୋଇପାରୁ ନ ଥିବା ବେଳେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ କୃଷକ ଆନ୍ଦୋଳନ ଯୋଗୁ ନଏଡାରୁ ଦିଲ୍ଲୀ ସଡ଼କ ମାର୍ଗରେ ଲଗାଯାଇଥିବା ବ୍ୟାରିକେଡକୁ ହଟାଇବାକୁ ଦାବି କରାଯାଉଛି। ତେବେ ଏହାର ଶୁଣାଣି ଆଗାମୀ ସପ୍ତାହରେ ହୋଇପାରେ ବୋଲି ସୂଚନା ରହିଛି।

Share