Advertisement
Posted inଜାତୀୟ

ବହିଷ୍କୃତ ଭାଜପା ନେତା ନବୀନ ଜିନ୍ଦଲଙ୍କୁ ଆଶ୍ୱସ୍ତି: ଦିଲ୍ଲୀ ସ୍ଥାନାନ୍ତର ହେଲା ମାମଲା

ମୁମ୍ବାଇ,୪।୧୧: ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ସୁପ୍ରିମକୋର୍ଟ ନିଲମ୍ବିତ ଭାଜପା ନେତା ନବୀନ ଜିନ୍ଦଲଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ତାଙ୍କ ବିରୋଧରେ ଥିବା ସମସ୍ତ ଏଫ୍‌ଆଇଆର୍‌ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ତାଙ୍କୁ ଏଫ୍‌ଆଇଆର୍‌ ବନ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ରୁଜୁ ହୋଇଥିବା ସମସ୍ତ ଏଫ୍‌ଆଇଆର୍‌ରେ ୮ସପ୍ତାହ ପର୍ଯ୍ୟନ୍ତ ଗିରଫଦାରୀ ଉପରେ କୋର୍ଟ ରୋକୋ ଲଗାଇଛନ୍ତି। ଏହା ପୂର୍ବରୁ ନିଲମ୍ବିତ ଭାଜପା ନେତା ନୁପୁର ଶର୍ମାଙ୍କୁ ମଧ୍ୟ କୋର୍ଟ ସମାନ ଆଶ୍ୱସ୍ତି ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟୁଇଟକୁ ନେଇ ବହିଷ୍କୃତ ଭାଜପା ନେତା ନବୀନ କୁମାର ଜିନ୍ଦଲ ଏବେ ବିବାଦ ଘେରରେ ରହିଛନ୍ତି। ମହାରାଷ୍ଟ୍ରର ଭିଓ୍ବଣ୍ଡିରେ ନବୀନ ଜିନ୍ଦଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଏହି ମାମଲାରେ ତାଙ୍କୁ ଆଶ୍ୱସ୍ତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କେମିକାଲ ଟ୍ୟାଙ୍କରରୁ ଗ୍ୟାସ ଲିକ୍‌: ୫ ମୃତ

ସୁରଟ,୬ ।୧: ଗୁଜରାଟ ସୁରଟରେ ଗୁରୁବାର ସକାଳୁ ଏକ ଅଘଟଣ ଘଟିଛି । ସଚିନ ଜିଆଇଡିସି ଅଞ୍ଚଳରେ ଏକ କେମିକାଲ ଟ୍ୟାଙ୍କରରେ ଗ୍ୟାସ ଲିକ ହେବାରୁ...

ତାମିଲନାଡୁ ଉପକୂଳରେ ପ୍ରଚଣ୍ଡ ଘୂର୍ଣ୍ଣିବାତ୍ୟା: ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୨୫।୪: ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି କି ତାମିଲନାଡୁ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ଲଘୁଚାପର ରୂପ ନେଇଛି। ଏହା ବଙ୍ଗୋପ...

ଦିନକ ପାଇଁ ବ୍ରିଟେନର ହାଇ କମିଶନ ହେଲେ ଦିଲ୍ଲୀର ଝିଅ

ନୂଆଦିଲ୍ଲୀ,୧୧ ।୧୦: ଦିଲ୍ଲୀର ଜଣେ ଝିଅଙ୍କୁ ଭାରତରେ ଗୋଟିଏ ଦିନ ପାଇଁ ବ୍ରିଟେନ ହାଇକମିଶନର ହେବାର ସୁଯୋଗ ମିଳିଛି । ଚୈତନ୍ୟା ଭେଙ୍କଟେଶ୍ୱରନଙ୍କୁ ବୁଧବାର ଏହି...

୫ରେ ଇଲେକ୍ଟୋରାଲ ବଣ୍ଡ୍‌ ଶୁଣାଣି

ନୂଆଦିଲ୍ଲୀ ,୨୩।୧୧(ପି.ଟି.): ସାଧାରଣ ନିର୍ବାଚନ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ବର୍ଷରେ ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରି ସମୟସୀମା ଆଉ ୧୫ ଦିନ...

ଭିଏଲ-ଏସଆରଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…

ନୂଆଦିଲ୍ଲୀ/ବାଲେଶ୍ୱର(ବ୍ୟୁରୋ), ୨୩।୮ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ମଙ୍ଗଳବାର ଭର୍ଟିକାଲ ଶର୍ଟ ରେଞ୍ଜ ସର୍ଫେସ ଟୁ ଏୟାର...

ଦିଲ୍ଲୀ-ପଞ୍ଜାବ-କେରଳରେ କରୋନାର ଦୋହରା ମାଡ଼: ପାର୍ବଣଋତୁରେ ଅଧିକ ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ, ୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଇତିମଧ୍ୟରେ ଦିଲ୍ଲୀ, ପଞ୍ଜାବ ଏବଂ କେରଳରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଥିବା ବିଶେଷଜ୍ଞ ମତପୋଷଣ...

ଭାରତରେ ଯାହା ଚାଲିଛି, ଠିକ୍‌ ନୁହେଁ

ନୂଆଦିଲ୍ଲୀ,୧୫-୧:ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ ବିବାଦ ତେଜିବାରେ ଲାଗିଥିବାବେଳେ ଏହି ନବପ୍ରଣୀତ ବ୍ୟବସ୍ଥାକୁ ନେଇ ବିଦେଶରୁ ମଧ୍ୟ ପ୍ରତିକ୍ରିୟା ଆସିବାରେ ଲାଗିଛି। ଏହି...

ୟେଦୁରପ୍ପାଙ୍କ ଇସ୍ତଫା ପରେ କାହା ମୁଣ୍ଡରେ ସୁନା କଳସ

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିରେ ସୋମବାର ନୂଆ ମୋଡ ଆସିଛି। ଭାଜପା ନେତା ତଥା ସୁବେର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ମୁଖ୍ୟମନ୍ତ୍ରୀଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୟେଦୁରପ୍ପାଙ୍କ...

Advertisement
Archives

Model This Week