Categories: ଜାତୀୟ

ଅଶ୍ଳୀଳତା-ଶିଶୁ ଯୌନ ଶୋଷଣ ଉପରେ ଅଧ୍ୟୟନ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ, ୧୨।୯ : ଇଣ୍ଟରନେଟରେ ଅଶ୍ଳୀଳତା (ପୋନୋଗ୍ରାଫି) ଉପଲବ୍ଧତା ଏବଂ ଶିଶୁ ଯୌନ ଶୋଷଣ ମାମଲା ମଧ୍ୟରେ ଥିବା ଚିନ୍ତାଜନକ ସମ୍ପର୍କ ଉପରେ ଅଧ୍ୟୟନ ପାଇଁ ନିର୍ଦ୍ଦେଶ ଲୋଡିଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଭାଜପା ମୁଖପାତ୍ର ନଳିନ କୋହଲିଙ୍କ ଦ୍ୱାରା ଏହି ଜନସ୍ବାର୍ଥ ମାମଲା ଦାଖଲ କରାଯାଇଥିଲା। ଏହି ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ ଭାଜପା ମୁଖପାତ୍ର ତଥା ଆଇନଜୀବୀ ନଳିନ କୋହଲି ସୁପ୍ରିମକୋର୍ଟରୁ ତାଙ୍କ ଆବେଦନ ପ୍ରତ୍ୟାହାର କରିଛନ୍ତି।

ଏହି ଅଧ୍ୟୟନରେ ଭବିଷ୍ୟତରେ ଏହି ଅପରାଧ ରୋକିବାରେ ସହାୟକ ହେବ ବୋଲି କୋହଲି କହିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟର ଇଣ୍ଟରନେଟ ନିଷେଧ ତଥା ନୀରିକ୍ଷଣ ଉପରେ ଦେଇଥିବା ନିଷ୍ପତ୍ତିକୁ ଦର୍ଶାଇ କହିଛନ୍ତି ଯେ ରାନ୍ଧିବା ପାଇଁ ଘରେ ନିଆଁ ଲଗାଇ ପାରିବା ନାହିଁ।

ପ୍ରଧାନ ବିଚାରପତି ୟୁୟୁ ଲଲିତ କୋହଲିଙ୍କୁ ପଚାରିଥିଲେ, ଯେଉଁମାନେ ଅଶ୍ଳୀଳତା ଦେଖନ୍ତି ସେମାନଙ୍କ ପାଖରେ ଏପରି ଅପରାଧିକ ପ୍ରବୃତ୍ତି ଅଛି କି? ଏହାର ଉତ୍ତରରେ କୋହଲି କହିଥିଲେ, ଏନସିଆରବି ଆକଳନ କେବଳ ସଂଖ୍ୟା ଅଟେ। ଶିଶୁ ଏବଂ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ମୁକାବିଲା ପାଇଁ କର୍ତ୍ତୃପକ୍ଷଙ୍କୁ ସକ୍ରିୟ ପଦକ୍ଷେପ ନେବାକୁ ସକ୍ଷମ କରିବା ପାଇଁ ପ୍ରକ୍ରିୟା ଏବଂ ନିର୍ଦ୍ଦେଶାବଳୀ ଲାଗୁ କରିବା ଜରୁରୀ ।
ଏହି ଆବେଦନରେ କୋହଲି ଅଶ୍ଳୀଳ ଚିତ୍ରର ମୁକ୍ତ ପ୍ରବେଶ ଏବଂ ଶିଶୁ ଯୌନ ଶୋଷଣ ମାମଲା ମଧ୍ୟରେ ଚିନ୍ତାଜନକ ସମ୍ପର୍କ ଉପରେ ଅଧ୍ୟୟନ କରିବା ପାଇଁ ପୋଲିସ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋ (ବିପିଆର ଆଣ୍ଡ ଡି) ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ।

Share