Categories: ଜାତୀୟ

ଘୁଞ୍ଚିବନି ଜେଇଇ-ନିଟ୍‌ ପରୀକ୍ଷା: ସୁପ୍ରିମକୋର୍ଟରେ ଖାରଜ ହେଲା ୬ ରାଜ୍ୟର ଆବେଦନ

ନୂଆଦିଲ୍ଲୀ,୪।୯: ନିଟ୍‌-ୟୁଜି ଓ ଜେଇଇ(ମେନ୍‌) ପରୀକ୍ଷାକୁ ସ୍ଥଗିତ ରଖିବାକୁ ଅଣ ଭାଜପା ଶାସିତ ୬ ରାଜ୍ୟର ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି କି ନିର୍ଦ୍ଧାରିତ ସମୟରେ ନିଟ୍‌-ୟୁଜି ଓ ଜେଇଇ(ମେନ୍‌) ପରୀକ୍ଷା କରାଯିବ। ସୂଚନାଯୋଗ୍ୟ, ୨୫ଲକ୍ଷ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପ୍ରତି ସମସ୍ୟା ଦର୍ଶାଇ ନିଟ୍‌-ୟୁଜି ଓ ଜେଇଇ(ମେନ୍‌) ପରୀକ୍ଷା ସ୍ଥଗିତ ରଖିବାକୁ ୬ ଅଣ ଭାଜପା ଶାସିତ ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନେ ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ପିଟିଶନ ଦାଖଲ କରିଥିେଲେ। ଏମାନଙ୍କ ମଧ୍ୟରେ ଥିଲେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ପଞ୍ଜାବ, ରାଜସ୍ଥାନ ଓ ଛତିଶଗଡ଼। ସୁପ୍ରିମକୋର୍ଟର ବିଚାରପତି ଅଶୋକ ଭୂଷଣ, ବି ଆର୍‌ ଗଭାଇ ଓ କ୍ରିଷ୍ଣା ମୁରାରୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଉକ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି।

Share